ରୋଗପୋକ ଉପଦ୍ରବରେ ଉଜୁଡ଼ିଲା ଧାନଫସଲ, ଚିନ୍ତାରେ ବରଗଡ଼ ଜିଲାର ଚାଷୀ

ବରଗଡ଼ ଅଫିସ,୨୪।୯- ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲା ଚାଷୀଙ୍କ ପିଛା ଛାଡୁ ନାହିଁ ସମସ୍ୟା। ଏବେ ଧାନ ଫସଲରେ ନାନା ରୋଗପୋକର ଉପଦ୍ରବ ଜିଲାର ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜିଲାର ଲହଣ୍ଡା, କଲାପାଣି ସମେତ ବିଭିନ୍ନ ଅଞ୍ଚଳର ଅଧିକାଂଶ ଧାନ ଫସଲରେ ପତ୍ରପୋଡା ରୋଗ ଦେଖାଯାଇଛି ଏବଂ ଏଥିରେ ଫସଲ ନଷ୍ଟ ହୋଇ ଯାଉଛି। ଏ ସମ୍ପର୍କରେ ଚାଷୀମାନେ ଅଭିଯୋଗ କରିବା ପରେ ଗୁରୁବାର କୃଷି ବିଜ୍ଞାନ କେନ୍ଦ୍ର, ବରଗଡର କୃଷି ବୈଜ୍ଞାନିକ ନୃସିଂହ ଚରଣ ବାରିକ, ଦୀପଙ୍କର ଜେନା, ସହକାରୀ କୃଷି ଅଧିକାରୀ ପ୍ରମୋଦିନୀ ପ୍ରଧାନ, ଗ୍ରାମ୍ୟ କୃଷି କର୍ମୀ ସବିତା ଆଚାର୍ଯ୍ୟ, ଓ ଅନ୍ୟ କୃଷି ଅଧିକାରୀ ମାନେ ଆସି ଲହଣ୍ଡା ପଞ୍ଚାୟତର ପ୍ରଭାବିତ ଧାନ ଫସଲ ପରିଦର୍ଶନ କରିବା ସହିତ ଚାଷୀଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ।

Share