ବରଗଡ଼ ଅଫିସ,୬।୨: ଅଖିଳ ଭାରତୀୟ କିଷାନ ସଂଘର୍ଷ ସମନ୍ବୟ ସମିତି ଆହ୍ବାନ କ୍ରମେ ଶନିବାର ବରଗଡ଼ ଜିଲାରେ ଏକାଧିକ ଚାଷୀ ସଂଗଠନ ନେତୃତ୍ୱରେ ସ୍ବତଃସ୍ଫୁର୍ତ୍ତଭାବେ ଚାଷୀମାନେ ଚକାଜାମ ଆନ୍ଦୋଳନକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଦାବି ତଥା ଦିଲ୍ଲୀସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ବହୁସଂଖ୍ୟକ ଚାଷୀ ଏହି ତିନିଘଣ୍ଟିଆ ଚକାଜାମ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜିଲାର ଅତାବିରା, ରେଙ୍ଗାଲିକ୍ୟାମ୍ପ, ଦଶମାଇଲ, ସୋହେଲା, ବରଗଡ଼ ବରାହଗୋଡା କେନାଲ ଛକ, ସାଲେପାଲିର, ବରତୁଣ୍ଡା, ଗୋଡଭଗା ଆଦି ୮ଟି ସ୍ଥାନରେ ଏଭଳି ଚକାଜାମ ଆନ୍ଦୋଳନ ଚାଲିଥିବାବେଳେ ଅନେକ ଯାନବାହାନ ରାସ୍ତାର ଉଭୟ ପାଶର୍ବରେ ଅଟକି ରହିଛି। ପଶ୍ଚିମ ଓ କୃଷକ ସଂଗଠନ ସମନୱୟ ସମିତି, ଜୟ କିଶାନ ଆନ୍ଦୋଳନ, ନବ ନିର୍ମାଣ କୃଷକ ସଂଗଠନ, ଜିଲା ଚାଷୀ ସଂଗଠନ ସମନ୍ବୟ ସମିତି ପ୍ରମୁଖ ଚାଷୀ ସଂଗଠନ ଗୁ କର୍ମକର୍ତ୍ତା ଉପସ୍ଥିତ ରହି ଉଦ୍ବୋଧନ ଦେଉଛନ୍ତି।