ଟୋକେନ ସମସ୍ୟା ନେଇ ମଣ୍ଡି ଅଚଳକଲେ ଚାଷୀ

ଭବାନୀପାଟଣା,୧୦।୧୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଖଇରପଦର ପାକ୍ସ ଅନ୍ତଗର୍ତ ବ୍ରାହ୍ମଣ ଛେଣ୍ଡିଆ ମଣ୍ଡି ଶୁକ୍ରବାର ଉଦ୍‌ଘାଟନ ହେବାର ଥିଲା। ହେଲେ ପାକ୍ସ କର୍ମଚାରୀଙ୍କ ଦାୟିତ୍ୱ ହିନତା ଯୋଗଗୁ ୫୫ ଜଣ ଚାଷୀଙ୍କ ଓଟିପି ଆସିବା ସତ୍ୱେ ରେଜିଷ୍ଟ୍ରେଶ ହୋଇ ପାରିନାହିଁ। ଫଳରେ ଚଳିତବର୍ଷ ଧାନ ବିକ୍ରି କରିବାରୁ ସେମାନେ ବଞ୍ଚତ୍ତ ହେଉଛନ୍ତି। ଏହାକୁ ନେଇ ପଞ୍ଜୀକରଣ ହୋଇ ପାରି ନ ଥିବା ଚାଷୀମାନେ ମଣ୍ଡି ଅଚଳ କରିଛନ୍ତି। ଆଗାମୀ ଦିନରେ ଏହି ସମସ୍ୟା ସମାଧାନ ନ ହେଲେ ରାଜରାସ୍ତାରେ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ଚାଷୀଙ୍କ ସମର୍ଥନ ପାଇଁ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ବବିତା ପଟଯୋଶୀ ପହଞ୍ଚତ୍ ସମସ୍ୟା ସମାଧାନ ନେଇ ପ୍ରଶାସନ ସହିତ ଆଲୋଚନା କରିବା ପାଇଁ କହିଥିଲେ। ଖବର ପାଇ ଘଟଣାସ୍ଥଳରେ ଧର୍ମଗଡ ଏସିଏସଓ ଓ ଏଆର ସିଏସ ପହଞ୍ଚତ୍ ଏହି ସମସ୍ୟା ସମାଧାନ କରିବା ନେଇ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Share