Posted inଜାତୀୟ

‘ଭାଜପା ଶାସନରେ ଚାଷୀଙ୍କ ଆୟ ନୁହେଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି’

ସୋଲାପୁର/ନୂଆଦିଲ୍ଲୀ,୧୧ା୮:୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟ ଦ୍ୱିଗୁଣିତ (ଡିଏଫ୍‌ଆଇ) କରିବା ପାଇଁ ୨୦୧୬ ଫେବୃଆରୀରେ କେନ୍ଦ୍ର ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ୨୦୧୯ ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସବୁ ସଭାରେ କୃଷକଙ୍କ ଆୟ ଦୁଇଗୁଣା ବୃଦ୍ଧି କରାଯିବା ନେଇ ପ୍ରତିଶ୍ରୁତି ଦେଉଥିଲେ, ଯାହାକି ଅଦ୍ୟାବଧି ପୂରଣ ହୋଇପାରି ନାହିଁ। ତେଣୁ ୨୦୨୪ ଲୋକ ସଭା ନିର୍ବାଚନରେ ଏହି ପ୍ରସଙ୍ଗକୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ଗୌଣ କରିଦେଇଥିଲା। ଭାଜପା ଶାସନରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହେଲାନାହିଁ, ବରଂ ଆତ୍ମହତ୍ୟା ଦୁଇଗୁଣା ବୃଦ୍ଧି ପାଇଛି ବୋଲି ରବିବାର ଇଣ୍ଡିଆ ମେଣ୍ଟର ବରିଷ୍ଠ ନେତା ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି।
ଜାତୀୟତାବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି-ଏସ୍‌ପି) ମୁଖ୍ୟ ଶରଦ ପାଓ୍ବାର ମହାରାଷ୍ଟ୍ରର ସୋଲାପୁର ଜିଲାରେ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି, ଚାଷୀମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ପର୍ଯ୍ୟାପ୍ତ ମୂଲ୍ୟ ପାଉ ନ ଥିବାରୁ ଋଣଗ୍ରସ୍ତ ହୋଇଗଲେଣି। ପ୍ରଧାନମନ୍ତ୍ରୀ ସେମାନଙ୍କ ଆୟ ଦ୍ୱିଗୁଣିତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଚାଷୀଙ୍କ ଆୟ ତ ବଢ଼ିଲା ନାହିଁ, ଆତ୍ମହତ୍ୟା ଦ୍ୱିଗୁଣିତ ହୋଇଛି। ଚାଷୀଙ୍କ କଷ୍ଟ ଲାଘବ ପାଇଁ ଋଣ ଛାଡ଼ କରାଯାଉ ବୋଲି ପାଓ୍ବାର କହିଛନ୍ତି।
ପାଓ୍ବାର ଆହୁରି କହିଛନ୍ତି, ମହାରାଷ୍ଟ୍ରରେ ବର୍ତ୍ତମାନ ସରକାର ପରିବର୍ତ୍ତନ କରିବା ସମୟ ଉପନୀତ। ଭାଜପା-ଶିବସେନା (ଶିନ୍ଦେ) ସରକାରକୁ ହଟାଇ ଏପରି ଏକ ସରକାର ଗଢ଼ାଯିବା ଦରକାର, ଯିଏ କୃଷକ, ଯୁବ ଓ ମହିଳାଙ୍କ ସ୍ବାର୍ଥର ସୁରକ୍ଷା କରିବେ। କେନ୍ଦ୍ର ଓ ରାଜ୍ୟର ଭାଜପା ସରକାର କୃଷକମାନଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ନିଜ କ୍ଷମତାର ଉପଯୋଗ କରୁନାହାନ୍ତି। ଯୁବତୀଯୁବକଙ୍କୁ ନିଯୁକ୍ତି ଦେବା କଥା ଚିନ୍ତା କରୁନାହାନ୍ତି। ନିଯୁକ୍ତି ଅଭାବ ଯୋଗୁ ଯୁବପିଢ଼ି ନିରାଶ ଓ ହତାଶ ହୋଇଗଲେଣି। ତେଣୁ ଆମକୁ ସରକାର ବଦଳାଇବାକୁ ପଡ଼ିବ ବୋଲି ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ପାଓ୍ବାର କହିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ପାର୍‌ ସ୍ଲୋଗାନ ଦେଇ ୩୦୦ ଭିତରେ ସୀମିତ ହୋଇ ରହିଗଲା। ଆନ୍ଧ୍ର ଓ ବିହାରୀ ଦଳଗୁଡ଼ିକର ସମର୍ଥନରେ ସରକାର ଗଢ଼ିବାକୁ ସକ୍ଷମ ହୋଇଛି। ଅନ୍ୟଥା ମୋଦି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରି ନ ଥାନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ମିଳିଲା ଗ୍ୟାସ୍‌ ସିଲିଣ୍ଡର, ପାଇଲଟଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ…

ଲକ୍ଷ୍ନୌ,୨୨ା୯: ପୁଣି ଟ୍ରେନ୍‌ ଟ୍ରାକ୍‌ରୁ ଏକ ଗ୍ୟାସ୍‌ ସିଲିଣ୍ଡର୍‌ ମିଳିଛି। ଦୁର୍ବୃତ୍ତମାନେ ଟ୍ରାକ୍‌ରେ ସିଲିଣ୍ଡର ରଖି ଏକ ବଡ଼ ଧରଣର ଅଘଟଣ ଘଟାଇବାକୁ ଯୋଜନା କରିଥିଲେ।...

‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ କ’ଣ ରହିବ ବିଜେଡିର ପକ୍ଷ? ନବୀନ କହିଲେ ସମୟ ନେବୁ…

ଭୁବନେଶ୍ୱର,୨୨।୯: ଦେଶରେ ‘ଓ୍ବାନ ନେଶନ ଓ୍ବାନ ଇଲେକ୍ସନ’କୁ ନେଇ ବିତର୍କ ଆରମ୍ଭ ହୋଇଛି। ଏକକାଳୀନ ନିର୍ବାଚନକୁ ନେଇ ମୋଦି କ୍ୟାବିନେଟ ମଞ୍ଜୁରୀ ଦେବା ପରେ ଏବେ...

ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ଦେଲେ ମୋଦି, ଏଥିରେ ରହିଛି…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଆମେରିକା ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଇଡେନ ଦମ୍ପତିଙ୍କୁ ଦାମୀ ଉପହାର ପ୍ରଦାନ କରିଛନ୍ତି। ମୋଦି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ...

ଭାରତକୁ ଇଲିଶି ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ, ଦୂର୍ଗାପୂଜା ପାଇଁ ଆସିବ ଏତେ ମାଛ…

ନୂଆଦିଲ୍ଲୀ,୨୨।୯: ଭାରତକୁ ଇଲିଶି ମାଛ ରପ୍ତାନୀ ଉପରେ କଟକଣା ଉଠାଇଲା ବାଂଲାଦେଶ। ବାଂଲାଦେଶର ଆନ୍ତରୀଣ ସରକାର ହିନ୍ଦୁ ବଙ୍ଗାଳୀଙ୍କ ବଡ଼ ପୂର୍ବ ଦୂର୍ଗାପୂଜା ପୂର୍ବରୁ ଇଲିଶି...

ଏହି ସ୍ବତନ୍ତ୍ର ଡ୍ରୋନ୍‌ ପାଇଁ ଆମେରିକା ସହିତ ଭାରତର ଚୁକ୍ତି, କିଣିବା ପାଇଁ ଲାଗିବ ଏତିକି ଟଙ୍କା…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ଭାରତ ଏବଂ ଆମେରିକା ରବିବାର କୋଟି କୋଟି ଡଲାର ମୂଲ୍ୟର ଡ୍ରୋନ୍‌ ଚୁକ୍ତି ସ୍ବାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ତିନି ଦିନିଆ...

ଆଜିଠାରୁ ୧୧ ଦିନ ଧରି ଉପାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ, କାରଣ…

ହାଇଦ୍ରାବାଦ,୨୨ା୯: ତିରୁପତି ପ୍ରସାଦ ବିବାଦକୁ ନେଇ ୧୧ଦିନ ଧରି ଉପବାସରେ ରହିବେ ଉପମୁଖ୍ୟମନ୍ତ୍ରୀ ପଓ୍ବନ କଲ୍ୟାଣ। ଆନ୍ଧ୍ରପ୍ରଦେଶରେ ତିରୁପତି ବାଲାଜୀ ମନ୍ଦିରର ପ୍ରସାଦ ଲଡୁରେ ପଶୁ...

କ୍ୱାଡ୍‌ ଶିଖର ସମ୍ମିଳନୀରେ ଉଠିଲା ଅନେକ ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୨ା୯: ୩ ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ଭାରତର ନରେନ୍ଦ୍ର ମୋଦି କ୍ବାଡ୍‌ ଶିଖର ସମ୍ମିଳନୀରେ ସାମିଲ ହୋଇଛନ୍ତି। ଉକ୍ତ ବୈଠକରେ ଅନେକ ପ୍ରସଙ୍ଗ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri