Categories: ଜାତୀୟ

ଅନ୍ନଦାତା ଖଲିସ୍ତାନୀ କିନ୍ତୁ ପୁଞ୍ଜିପତି ଶ୍ରେଷ୍ଠ ବନ୍ଧୁ: ରାହୁଲ

ନୂଆଦିଲ୍ଲୀ,୧୫।୧୨: କୃଷି ଆଇନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଂଗ୍ରେସ ପକ୍ଷରୁ ଲଗାତାର ଟାର୍ଗେଟ୍‌ କରାଯାଉଛି। ମଙ୍ଗଳବାର ରାହୁଲ ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି ଯେ, ମୋଦି ସରକାରଙ୍କ ପାଇଁ ଆନ୍ଦୋଳନ କରୁଥିବା ଅନ୍ନଦାତା ଖଲିସ୍ତାନୀ ପାଲଟିଛନ୍ତି। ଅପରପକ୍ଷରେ ପୁଞ୍ଜିପତି  ଶ୍ରେଷ୍ଠ ବନ୍ଧୁ ସାଜିିଛନ୍ତି। ସେହିପରି ସରକାରଙ୍କୁ ବିରୋଧ କରୁଥିବା ଛାତ୍ରୀଛାତ୍ର ଦେଶଦ୍ରୋହୀ ହୋଇଥିବାବେଳେ ସଚେତନ ନାଗରୀକଙ୍କୁ ସହରରେ ବାସ କରୁଥିବା ମାଓବାଦୀ କୁହାଯାଉଛି। ପ୍ରବାସୀ ଶ୍ରମିକଙ୍କ ଦୁଃଖ ଲାଘବ କରିବା ପରିବର୍ତ୍ତେ ସେମାନଙ୍କୁ କରୋନା ସଂକ୍ରମଣକାରୀ କୁହାଯାଉଛି। ବଳାତ୍କାର ପୀଡ଼ିତାଙ୍କ ପ୍ରତି ସରକାରଙ୍କ ମନରେ ଦରଦ ନ ଥିବା ରାହୁଲ କହିଛନ୍ତି। ଏବେ ରାହୁଲଙ୍କ ଏଭଳି ମନ୍ତବ୍ୟ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Share