Categories: ଜାତୀୟ

କୃଷକ-ସୁରକ୍ଷାକର୍ମୀ ମୁହାଁମୁହିଁ

ସିର୍ସା,୧୭।୭: କୃଷକଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ଓ ଗିରଫକୁ କେନ୍ଦ୍ର କରି ସିର୍ସାରେ ମୁହାଁମୁହିଁ  ହୋଇଛନ୍ତି ଆନ୍ଦୋଳନକାରୀ ଓ ସୁରକ୍ଷାକର୍ମୀ। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କ ମୁତୟନ ସତ୍ତ୍ୱେ ଆନ୍ଦୋଳନକାରୀମାନେ ବ୍ୟାରେକେଡ୍‌ ଭାଙ୍ଗି ଦେଇଛନ୍ତି।

ଗତ ୧୧ ତାରିଖରେ ଭାଜପା ନେତା ତଥା ହରିୟାଣା ବିଧାନସଭା ଉପ ବାଚସ୍ପତି ରଣବୀର ଗାଙ୍ଗଓ୍ବାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା। ଏ ନେଇ ହରିୟାଣା ପୋଲିସ ୧୦୦ କୃଷକଙ୍କ ବିପକ୍ଷରେ ଦେଶଦ୍ରୋହ ମାମଲା ରୁଜୁ କରିବା ସହ ୫ ଜଣଙ୍କୁ ଗୁରୁବାର ଗିରଫ କରିଥିଲା। ସେମାନଙ୍କୁ ମୁକ୍ତ କରିବା ପାଇଁ ଚାଷୀମାନେ ସକାଳୁ ଦାବି କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଠାରୁ ୨୫୦ କିମି ଦୂର ସିର୍ସାରେ ହାଇ ଆଲର୍ଟ ଜାରି କରାଯାଇଛି।

Share