Categories: ଜାତୀୟ

‘ଜିଦି ଛାଡ଼ନ୍ତୁ କୃଷକ’

ନୂଆଦିଲ୍ଲୀ, ୧୮।୧: ନୂଆ କୃଷି ଆଇନ ପ୍ରତ୍ୟାହାର ନ କରିବା ଆଭିମୁଖ୍ୟକୁ କେନ୍ଦ୍ର ସରକାର ରବିବାର ପୁଣିଥରେ ଦୋହରାଇଛନ୍ତି। କୃଷକମାନେ ଆଇନ ପ୍ରତ୍ୟାହାର ଜିଦି ଛାଡନ୍ତୁ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି। ୧୯ରେ ହେବାକୁ ଥିବା ଦଶମ ପର୍ଯ୍ୟାୟ ବୈଠକରେ ଆଇନର ବିଭିନ୍ନ ଧାରା ଉପରେ ଆଲୋଚନା କରିବା ଲାଗି ସେ ଆନ୍ଦୋଳନରତ କୃଷକମାନଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଅଧିକାଂଶ କୃଷକ ଓ ବିଶେଷଜ୍ଞ ଆଇନକୁ ସମର୍ଥନ କରୁଥିତ୍ବା ତୋମାର କହିଛନ୍ତି। ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୫୩ ଦିନରେ ପହଞ୍ଚତ୍ଥିବାବେଳେ ସୁପ୍ରିମକୋର୍ଟ ଉକ୍ତ ଆଇନ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି। ଫଳରେ ଆଇନକୁ କାର୍ଯ୍ୟକାରୀ କରାଯାଇପାରୁନାହିଁ। ମଙ୍ଗଳବାର ବୈଠକରେ ଚାଷୀମାନେ ଆଇନରେ ବିଭିନ୍ନ ଧାରା ଉପରେ ଆଲୋଚନା କରିବା ସରକାର ଆଶା କରୁଛନ୍ତି। ଏହି ମର୍ମରେ ଚାଷୀଙ୍କ ପାଖକୁ ଏକ ପ୍ରସ୍ତାବ ପଠାଯାଇଛି। ମଣ୍ଡି, ବ୍ୟବସାୟୀ ପଞ୍ଜୀକରଣ ଓ ଅନ୍ୟାନ୍ୟ ବିଷୟକୁ ନେଇ ଚାଷୀଙ୍କ ମନରେ ରହିଥିବା ଆଶଙ୍କା ଦୂର କରିବାକୁ ସରକାର ପ୍ରସ୍ତୁତ ବୋଲି ଉକ୍ତ ପ୍ରସ୍ତାବରେ କୁହାଯାଇଛି।
ଓ ବିଦ୍ୟୁତ ପ୍ରସଙ୍ଗରେ ସରକାର ଆଲୋଚନା ପାଇଁ ପୂର୍ବରୁ ରାଜି ହୋଇଥିଲେ, ତେବେ କୃଷକ ସଂଗଠନଗୁଡ଼ିକ ଆଇନ ପ୍ରତ୍ୟାହାର ଦାବିରେ ଅଟଳ ରହିଥିତ୍ବାରୁ ୯ ଥର ଆଲୋଚନା ବିଫଳ ହେଲାଣି ବୋଲି ତୋମାର କହିଛନ୍ତି। ନଡ଼ାପୋଡ଼ି ଅଧ୍ୟାଦେଶରେ ଥିବା ଜରିମାନା ବ୍ୟବସ୍ଥା ଏବଂ ବିଦ୍ୟୁତ୍‌ (ସଂଶୋଧନ) ବିଲ୍‌-୨୦୧୯ ପ୍ରତ୍ୟାହାର କରିନେବାକୁ ସରକାର ରାଜି ହୋଇଥିବା କୃଷିମନ୍ତ୍ରୀ କହିଥିଲେ।
କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଫଳପ୍ରଦ ହେଉ ନ ଥିବା ଅନୁଭବ କରି ସୁପ୍ରିମକୋର୍ଟ ୪ ଜଣିଆ ବିଶେଷଜ୍ଞ କମିଟି ଗଢ଼ିବାକୁ ପ୍ରସ୍ତାବ ଦେଇଥିଲେ ହେଁ ସେଥିରେ କୃଷକ ସଂଗଠନ ସହମତ ନୁହନ୍ତି। ଉକ୍ତ କମିଟିରୁ ଜଣେ ସଦସ୍ୟ ଓହରି ଯାଇଥିବାବେଳେ ଅନ୍ୟ ୩ ଜଣଙ୍କୁ ବାଦ୍‌ ଦେବା ଲାଗି ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି।

Share