ପୋଖରୀରେ ବୁଡ଼ି ଚାଲିଗଲା ଚାଷୀଙ୍କ ଜୀବନ

ଠାକୁରମୁଣ୍ଡା,୫।୮(ତାରାକାନ୍ତ ପଟ୍ଟନାୟକ): ପୋଖରୀରେ ବୁଡ଼ି ଶନିବାର ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ବେତଝରି ଗ୍ରାମର ଫାଗୁ ମାଝୀ(୬୫)।

ମିଳିଥିବା ସୂଚନା ଅନୁଯାୟୀ, ଫାଗୁ ନିଜ ଧାନବିଲକୁ କାମ କରିବାକୁ ଯାଇଥିଲେ। କାମ ସାରି ସେ ଗାଁ ନିକଟ ପଣସଡିହା ଗ୍ରାମର ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସେ ପୋଖରୀରେ ବୁଡ଼ି ଯାଇଥିଲେ। ସେତିକିବେଳେ ଗାଧୋଉ ଥିବା କେତେକ ସ୍ତ୍ରୀ ଲୋକ ଫାଗୁ ବୁଡ଼ିଯାଉଥିବା ଦେଖି ପାଟି କରିଥିଲେ। ପାଟି ଶୁଣି ପାଖରେ ଥିବା ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ବିଭାଗ କର୍ମଚାରୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share