ବଜ୍ରପାତରେ କୃଷକଙ୍କ ଜୀବନଗଲା

ବାଲେଶ୍ୱର ଅଫିସ,୧।୯: ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଗୋବରଘାଟା ଗ୍ରାମରେ ମଙ୍ଗଳବାର ପୂର୍ବାହ୍ନରେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାର୍ତ୍ତିକ ମହାନ୍ତି (୩୫)। କାର୍ତ୍ତିକ ବିଲକୁ ଯାଉଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ସେ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କୁ ସ୍ଥାନୀୟ ବିକେଭଟ ହସ୍ପିଟାଲ ନିଆ ଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୁତ ଘୋଷଣା କରିଛନ୍ତି।