Categories: ଜାତୀୟ

ଚାଷୀଙ୍କ ମହାପଞ୍ଚାୟତ, ଦିଲ୍ଲୀ ଜାମ, ଟିକରି ସୀମାରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ କଡ଼ା ସୁରକ୍ଷା…

ନୂଆଦିଲ୍ଲୀ, ୨୨।୮ : ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ଜନ୍ତର ମନ୍ତରଠାରେ ଚାଷୀଙ୍କ ମହାପଞ୍ଚାୟତ ଆୟୋଜନ କରିବାକୁ ଘୋଷଣା କରାଯାଇଛି। ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ସୀମାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ତେବେ ରାଜଧାନୀର ଟ୍ରାଫିକ ଉପରେ ଏହାର ପ୍ରଭାବ ପଡିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଟ୍ରାଫିକ ଜାମ ହେବାରେ ଲାଗିଛି। ବିଭିନ୍ନ ରାଜ୍ୟରୁ ଆସିଥିବା କୃଷକମାନେ ମହାପଞ୍ଚାୟତରେ ଯୋଗ ନେବାକୁ ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଦିଲ୍ଲୀ ପୋଲିସ କୃଷକମାନଙ୍କୁ ଜନ୍ତର ମନ୍ତରରେ ମହାପଞ୍ଚାୟତ କରିବାକୁ ଅନୁମତି ଦେଇ ନାହିଁ।

ଦିଲ୍ଲୀର ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବେକାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କୃଷକମାନେ ଟିକିରି ସୀମାରେ ପହଞ୍ଚିଛନ୍ତି। ସୋମବାର ଜନ୍ତର ମନ୍ତରରେ ବେରୋଜଗାରୀ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଚାଷୀଙ୍କ ଆହ୍ବନ ନେଇ ଗାଜୀପୁର ସୀମାରେ ଟ୍ରାଫିକ ଜାମ ହୋଇଛି। ପୋଲିସ ବିଭାଗ ପକ୍ଷରୁ ସିଂଘୁ ସୀମାଠାରୁ ଜନ୍ତର ମନ୍ତର ପର୍ଯ୍ୟନ୍ତ କଡ଼ା ସୁରକ୍ଷା କରାଯାଇଛି।

Share