୨୭ରେ ଚାଷୀ ସମାବେଶ

ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରାୟ ୭୦ ପ୍ରତିଶତ କୃଷି ଉପରେ ନର୍ଭର କରିଥାନ୍ତି। ଏଠାରେ ଅଧିକ ଧାନ ଉତ୍ପାଦନ ହୋଇଥାଏ ବୋଲି ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ । କିନ୍ତୁ ଜିଲାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି । ଉତ୍ପାଦିତ ଫସଲ ଉଚିତ ଦରରେ ବିକ୍ରି ହୋଇ ପାରୁ ନ ଥିବାବେଳେ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ଫସଲ ବାବଦକୁ ଚାଷୀମାନଙ୍କୁ ଉଚିତ୍‌ କ୍ଷତିପୂରଣ ମଧ୍ୟ ମିଳୁ ନ ଥିବା ଅଭିଯୋଗ ହୋଇଛି।

ଅନ୍ୟପଟେ ତ୍ରୁଟିପୂର୍ଣ୍ଣ କୃଷିନୀତି, ଭିତ୍ତିବିହୀନ ବଜାର ବ୍ୟବସ୍ଥା, ସବ୍‌ସିଡ଼ି ନାମରେ କୃଷକଙ୍କୁ ଠକେଇ, ଫସଲର ଉଚିତ ମୂଲ୍ୟ ନ ମିଳିବାରୁ କୃଷକ ଋଣଗ୍ରସ୍ତ ହୋଇପଡ଼ିଛି ଏବଂ ଚାଷ ଛାଡ଼ି ଦାଦନ ଶ୍ରମିକ ପାଲଟିଥିବା ବେଳେ ଅନେକ ସମୟରେ ଆତ୍ମହତ୍ୟା ବାଟ ଆଦରି ନେଉଛି। ଚାଷ ଏବଂ ଚାଷୀ ସମସ୍ୟା ପ୍ରତି ଉଭୟ କେନ୍ଦ୍ର, ରାଜ୍ୟ ସରକାରଙ୍କ ଅଣଦେଖାର ପ୍ରତିବାଦ ତଥା କୃଷକଙ୍କ ହକ୍‌ ପାଇଁରେ ଆସନ୍ତା ୨୭ ତାରିଖରେ ବରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖରେ କୃଷକ ଚେତାବନୀ ବିକ୍ଷୋଭ ସମାବେଶ ପାଇଁ ନିଷ୍ପତ୍ତି ନିଆଯାଇଛି।

ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ପରିସରରେ ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଚାଷୀନେତାମାନେ କହିଛନ୍ତି । ଗତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ସମସ୍ତ ଚାଷୀଙ୍କୁ ଇନ୍‌ପୁଟ୍‌ ସହାୟତା, ବୀମା କ୍ଷତିପୂରଣ ପ୍ରଦାନ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୪ହଜାର ଟଙ୍କାକୁ ବୃଦ୍ଧି, ସମସ୍ତ ଚାଷୀ ଏବଂ ଏସ୍‌ଏସ୍‌ଜିଙ୍କ ଋଣ ଛାଡ଼, ଚାଷ ପାଇଁ ବ୍ୟବହୃତ ବିଦ୍ୟୁତ୍‌ ବିଲ୍‌ ଜଳକର ହିସାବରେ ନେବା ସହିତ ପ୍ରତ୍ୟେକ ଚାଷୀଙ୍କୁ ୩୦୦ ୟୁନିଟ ଲେଖାଏଁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି କରାଯିବ ବୋଲି ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

ଖବରଦାତା ସମ୍ମିଳନୀରେ ଚାଷୀନେତା ଉତ୍ପନ୍ନ କୁମାର ଭୋଇ କହିଥିଲେ, ରାଜନୈତିକ ଆନ୍ତରିକତା, ପ୍ରଶାସନିକ ଉଦାସୀନତା, ଅସାଧୁ ବ୍ୟବସାୟୀଙ୍କ ଲାଭଖୋର ମନୋବୃତ୍ତି କୃଷକର ଉତ୍ସାହକୁ ଭାଙ୍ଗି ଦେଇଛି । ଜିଲାର ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରୁଥିବାବେଳେ ରାଜନୈତିକ, ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଲାଭବିହୀନ ହୋଇ ପଡ଼ିଥିବା ଏହି ଜୀବିକାକୁ ଆଉ କିଏ ଆଦରିନେବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଚାଷୀନେତା ରମେଶ ମହାପାତ୍ର କହିଥିଲେ, ଗତ ଅଦିନିଆଁ ବର୍ଷାରେ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ସରକାରୀ ଆକଳନ ଅନୁସାରେ ଜିଲାରେ ୪୧ହଜାର ହେକ୍ଟର ଫସଲ ପ୍ରଭାବିତ ହୋଇଥିବା ପ୍ରଥମେ କୁହାଯାଇଥିଲା। ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସରକାରଙ୍କ ନିକଟକୁ ରିପୋର୍ଟ ମଧ୍ୟ ପଠାଯାଇଥିଲା ଏବଂ ୫୬ କୋଟି ଟଙ୍କା କ୍ଷତିପୂରଣ ଦାବି ଉଲ୍ଲେଖ ରହିଥିଲା। ହେଲେ ଜିଲାକୁ କେବଳ ୪୦୦ ହେକ୍ଟର ପାଇଁ ୪୫ଲକ୍ଷ ଟଙ୍କା କ୍ଷତିପୂରଣ ଆସିଛି। ଯାହାକୁ ଚାଷୀମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପଟେ ଧାନବିକ୍ରି ସମୟରେ ଅଦିନିଆଁ ବର୍ଷା କାରଣ ଦର୍ଶାଇ କୃଷକମାନଙ୍କଠାରୁ କୁଇଣ୍ଟାଲ ପ୍ରତି ୫ରୁ ୭ କି.ଗ୍ରା ଯାଏ ଅଧିକ ଧାନ ନିଆଯାଇଛି। ଏଭଳି ଭାବେ ବରଗଡ଼ ଜିଲାର ଚାଷୀଙ୍କ ୧୦୦କୋଟିରୁ ଊର୍ଦ୍ଧ୍ୱ କ୍ଷତି ହୋଇଛି ବୋଲି ମହାପାତ୍ର କହିଛନ୍ତି। ଫସଲ ଅମଳ ପରେ ୧୦ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରି ୧୫ଦିନ ଭିତରେ କ୍ଷତିପୂରଣ ଦେବା ପାଇଁ ଫସଲବୀମା ଯୋଜନାରେ ବ୍ୟବସ୍ଥା ରହିଛି। ହେଲେ ୨ମାସ ବିତିଯାଇଥିଲେ ସୁଦ୍ଧା ଚାଷୀମାନଙ୍କୁ କ୍ଷତିପୂରଣ ମିଳିନାହିଁ । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଫସଲକ୍ଷତି ହେବା ସତ୍ତ୍ବେ କ୍ଷତିପୂରଣ ପ୍ରଦାନରୁ ଚାଷୀଙ୍କୁ ବଞ୍ଚତ୍ତ କରାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।
ଚାଷୀନେତା ବିରେନ କର କହିଥିଲେ, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷକଙ୍କ ପାଇଁ ଉଦାସୀନ ରହିଛନ୍ତି। କେବଳ ଘୋଷଣା କରୁଛନ୍ତି, ମାତ୍ର ତାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ୁଛି। ଏଥିରୁ ଚାଷୀଙ୍କ ପ୍ରତି ସରକାରୀ କଳର ଆନ୍ତରିକତା ବାରି ହୋଇ ପଡ଼ୁଛି ବୋଲି ସେ କହିଥିଲେ। ବରଗଡ଼ ସଂଯୁକ୍ତ କୃଷକ ସଙ୍ଗଠନରେ ରହିଥିବା ପଦ୍ମପୁର ରାଜବୋଡ଼ାସମ୍ବର କୃଷକ ସଙ୍ଗଠନ, ଭଟଲି କୃଷକ ପରିବାର, ବିଜେପୁର କୃଷକ ସଙ୍ଗଠନ, ଓଡ଼ିଶା ରାଜ୍ୟ କୃଷକ ସଙ୍ଗଠନର ଅତାବରା ଶାଖା, ରାଜବୋଡ଼ାସମ୍ବର କୃଷକ ସଂଗଠନର ପାଇକମାଲ, ଝାରବନ୍ଧ, ଗାଇସିଲେଟ ଶାଖା, ବରପାଲି ଆଞ୍ଚଳିକ କୃଷକ ସଙ୍ଗଠନ, ଭେଡ଼େନ ବ୍ଲକ କୃଷକ ସଙ୍ଗଠନ, ବରଗଡ଼ କୃଷକ ସଙ୍ଗଠନ, ଅମ୍ବାଭୋନାର ବାରପାହାଡ଼ କୃଷକ ସଙ୍ଗଠନ, ଘେଁସର ଶହୀଦ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନର ପ୍ରତିନିଧିମାନେ ଯୋଗଦାନ କରିଥିଲେ। ଚାଷୀନେତା ବବ୍ରୁବାହନ ସାହୁ, ସୁରେନ୍ଦ୍ର ସାହୁ, ଈଶାନ୍ତ ଭୋଇ, ଅରବିନ୍ଦ ପଣ୍ଡା, ସୁଦାମ ପାତ୍ର, ନିରଞ୍ଜନ ପ୍ରଧାନ, ସୁରେଶ ନେକାଣ୍ଟି, ଶାନ୍ତନୁ ମାଝ, ସୁରେଶ ସାହୁ, କୋଶଲ ସେନାର ବୀରବଲ ମହାକୁଡ଼ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଦିଲ୍ଲୀରେ ଚାଲିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଆନ୍ଦୋଳନକୁ ସମର୍ଥନ ଜଣାଇ ବୁଧବାର ରାତିରେ ପୋଲିସ ଗୁଳିରେ ମୃତ୍ୟୁବରଣ କରିଥିବା କୃଷକଙ୍କ ଆତ୍ମାର ସଦ୍‌ଗତି ପାଇଁ ଗୋଟିଏ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ସେହିପରି ଚାଷୀ ହକ୍‌ ପାଇଁ ଲଢ଼ୁଥିବାବେଳେ ସେଠାରେ ଚାଷୀଙ୍କ ଉପରକୁ ଗୁଳିମାଡ଼ କରାଯିବା ଘଟଣାକୁ ନିନ୍ଦା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୪ ଜମି ଅଧିଗ୍ରହଣ ଅଧିକାରୀ ନିଲମ୍ବିତ

ଯାଜପୁର,୧୮ା୧୦(ହର୍ଷବର୍ଦ୍ଧନ ବେହେରା): ରାଜ୍ୟର ଦ୍ୱିତୀୟ ସର୍ବବୃହତ୍‌ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଲି ବହୁମୁଖୀ ଯୋଜନା ଦ୍ୱାରା ଯାଜପୁର ଜିଲାର ୪୬,୬୦୦ ହେକ୍ଟର ଜମିରେ ଜଳସେଚନ...

ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ମିଳିଲା ୧୨ଟି ପାଟ୍ରୋଲିଂ ଗାଡ଼ି, ୫ବର୍ଷରେ ଅଭୟାରଣ୍ୟକୁ ଆସିବେ ୧୪ ବାଘ

ଭୁବନେଶ୍ୱର, ୧୮ା୧୦ (ବନ୍ଦନା ସେଠୀ): ଜୀବଜନ୍ତୁଙ୍କ ସୁରକ୍ଷାରେ ନିୟୋଜିତ ହେବ ପାଟ୍ରୋଲିଂ ଭ୍ୟାନ୍‌। ବିଶେଷକରି ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ସୁରକ୍ଷା ପାଇଁ ଆଧୁନିକ ଯାନର ବ୍ୟବସ୍ଥା...

ଟାସ୍କଫୋର୍ସ ପୁନର୍ଗଠନ କଲେ ରାଜ୍ୟ ସରକାର, ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବ ଶିକ୍ଷାନୀତି

ଭୁବନେଶ୍ୱର,୧୮।୧୦: ଜାତୀୟ ଶିକ୍ଷା ନୀତି-୨୦୨୦କୁ ଓଡ଼ିଶାରେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଗୁରୁବାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଟାସ୍କଫୋର୍ସ ପୁନର୍ଗଠନ ସହ...

ବଦଳିଲେ ୭୦ରୁ ଅଧିକ ତହସିଲଦାର

ଭୁବନେଶ୍ୱର, ୧୮ା୧୦: ରାଜ୍ୟରେ ଓଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ସରକାର। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ...

କୋଷ୍ଟ ଗାର୍ଡ ଡିଆଇଜି, ପନ୍ତ୍ରୀଙ୍କୁ ଦୁର୍ବ୍ୟବହାର, ନୟାପଲ୍ଲୀ ଥାନାରେ ଏତଲା

ଭୁବନେଶ୍ୱର,୧୮ା୧୦(ସତ୍ୟଜିତ୍‌ ରାଉତ): କୋଷ୍ଟଗାର୍ଡ ଡିଆଇଜି ସତ୍ୟ ରଞ୍ଜନ ଦାସ ଓ ତାଙ୍କ ପତ୍ନୀ ନୟାପଲ୍ଲୀ ଥାନା ଅନ୍ତର୍ଗତ କଳିଙ୍ଗ ଷ୍ଟାଡିଅମ୍‌ ଟ୍ରାଫିକ୍‌ ପୋଷ୍ଟ ନିକଟରେ ଗୁରୁବାର...

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି...

୨୩ରୁ ଏସବୁ ଜିଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ବିଲରେ ଧାନ ବାହାରିବାକୁ ବସିଲାଣି। ଚାଷୀକୁଳ ଅସରାଏ ବର୍ଷାକୁ ଚାହିଁ ରହିଛନ୍ତି। ବର୍ଷା ହେଲେ ବିଲରେ ସୁନା ଫଳିବ। ବର୍ଷକର ପରିଶ୍ରମ ଚାଷୀଙ୍କୁ...

କାର୍ତ୍ତିକ ଆରମ୍ଭରୁ ଅସମ୍ଭାଳ, ଛୁଇଁହେଉନି ପରିବା

ଭୁବନେଶ୍ୱର,୧୮ା୧୦(ଅନିଲ ଦାସ): ପାର୍ବଣରେ ମହଙ୍ଗାମାଡ଼ ଖାଉଟିଙ୍କ ହର୍ଷୋଲ୍ଲାସକୁ ଫିକା କରିଦେଇଛି। ଆଳୁ, ପିଆଜ ଓ ତେଲ ସମେତ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀଗୁଡ଼ିକ ପୂର୍ବରୁ ଚଢ଼ାଦରରେ ବିକ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri