Categories: ଜାତୀୟ

ଅନ୍ନଦାତାଙ୍କ ଆନ୍ଦୋଳନ: ଖାଦ୍ୟ ପାଇଁ ପ୍ରସ୍ତୁତ ହେଉଛି ୧୦ ହଜାର ବେଡ୍‌ ପକୋଡ଼ା, ୧ ଟନ୍‌ ଚା’

ନୂଆଦିଲ୍ଲୀ,୨।୧: ସିଙ୍ଘୁ ବର୍ଡର ଏବେ ମିନି ପଞ୍ଜାବରେ ପରିଣତ ହୋଇଛି। ଏଠାରେ ଦିନକୁ ଦିନ ଅନ୍ନଦାତାଭ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ନଦାତାଙ୍କ ଖାଇବା ପାଇଁ ପ୍ରତିଦିନ ଏଠାରେ ୨୦୦ ଲିଟର ଡିଜେଲ ଜଳାଯାଇ ଖାଧ୍ୟ ପ୍ରସ୍ତୁତ ହେଉଛି। ପ୍ରତିଦିନ ଜଳଖିଆ ପାଇଁ ୧୦ ହଜାର ବ୍ରେଡ୍‌ ପକୋଡା ସହିତ ୧ ଟନ୍‌ ଓଜନର ଚା’ ପ୍ରସ୍ତୁତ କରାଯାଉଛି। ଗ୍ୟାସ୍‌ ଯୋଗାଡ଼ କରାଯାଇ ନ ପାରିବାରୁ ବଡ଼ ବର୍ନରରେ ଡିଜେଲ ଜଳାଇ ଖାଦ୍ୟ ତିଆରି ହେଉଛି। ଇତିମଧ୍ୟରେ ଏଠାରେ ଆନ୍ଦୋଳନକାରୀ ଅନ୍ନଦାତାଙ୍କ ସଂଖ୍ୟା ୬୫ ହଜାର ଛୁଇଁଛି। ୩୦୦ ଲିଟର କ୍ଷମତା ବିଶିଷ୍ଟ ଟ୍ୟାଙ୍କ୍‌ରେ ଚା’ ଭର୍ତ୍ତି କରାଯାଇ ରଖାଯାଇଛି। ରନ୍ଧା କାର୍ଯ୍ୟରେ ୪୦ରୁ ଅଧିକ ଲୋକ ନିଯୁକ୍ତ ଥିବା କୁହାଯାଉଛି।

Share