ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ର ଖୋଲା ଯାଇଛି l କେବଳ ଲ୍ୟାମ୍ପସରେ ହିଁ ଚାଷୀଙ୍କୁ ସରକାର ଧାର୍ଯ୍ୟ କରିଥିବା ମୂଲ୍ୟରେ ସାର ମିଳୁଥିବା ବେଳେ ଅନ୍ୟ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରୟ କେନ୍ଦ୍ରରେ ବ୍ୟବସାୟୀମାନେ ଚଢ଼ା ଦରରେ ବିକ୍ରି କରୁଥିବା ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷେ ଝରିଗାଁ ବ୍ଲକର ଚାଷୀମାନେ ରାସାୟନିକ ସାର ପାଇଁ ଲ୍ୟାମ୍ପସ ଉପରେ ଭରସା କରିଥାନ୍ତି l ଉକ୍ତ ଲ୍ୟାମ୍ପସରେ ଋଣ ନେଉଥିବା ଚାଷୀଙ୍କୁ ଜମି ପରିମାଣ ଆଧାରରେ ଆବଶ୍ୟକ ସାର ପ୍ରଦାନ କରାଯାଉଛି l ଏପରିକି ଯେଉଁମାନେ ଲ୍ୟାମ୍ପସରେ ଋ଼ଣ ନେଇ ନ ଥାନ୍ତି ସେମାନଙ୍କୁ ଚଳିତ ବର୍ଷ ଜଣେ ଚାଷୀଙ୍କୁ ୪ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଉଥିଲା l ଚଳିତ ମାସ ୫ ତାରିଖରେ ଜିଲାପାଳ କମଳଲୋଚନ ମିଶ୍ର ଜିଲାରେ ରହିଥିବା ୧୩ଟି ଲ୍ୟାମ୍ପସରେ ଋଣ ନେଇ ନ ଥିବା ଚାଷୀଙ୍କୁ ମାତ୍ର ୨ବସ୍ତା ସାର ବିକ୍ରି ପାଇଁ ଜିଲାପାଳଙ୍କ ପତ୍ର ସଂଖ୍ୟା ୩୫୧୭/୨୦୨୪ ରେ ଉଲ୍ଲେଖ କରାଯାଇଥିଲା।

ଏନ଼େଇ ଚାଷୀଙ୍କୁ ଦୁଇ ବସ୍ତା ସାର ନେବା ନେଇ ଲ୍ୟାମ୍ପସ କର୍ମଚାରୀ କହିଥିଲେ l ହେଲେ ଚାଷୀ ଚାରି ବସ୍ତା ୟୁରିଆ ସାର ଦରକାର ବୋଲି ଅଡି ବସିଥିଲେ l ଏହାପରେ ଉପସ୍ଥିତ ଚାଷୀମାନେ ପ୍ରଥମେ ଝରିଗାଁ ବସଷ୍ଟାଣ୍ଡ ନିକଟରେ ରାସ୍ତା ଅବରୋଧ କରିଥିଲେ l ଘଟଣାସ୍ଥଳରେ ପୋଲିସ ଏସ୍‌ଆଇ ଲକ୍ଷ୍ମୀନାରାୟଣ ଦୋରା ଏବଂ ଏଏସ୍‌ଆଇ କେଦାରନାଥ ରାଉତ ପହଞ୍ଚି ଲୋକକୁ ବହୁତ ବୁଝାସୁଝା କରିଥିଲେ। ଆନ୍ଦୋଳନକାରୀ ସେଠାରୁ ଉଠି ଝରିଗାଁ ଲ୍ୟାମ୍ପସ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକୋ କରିଥିଲେ l ଏହାପରେ ଲ୍ୟାମ୍ପସ ଅଧିକାରୀଙ୍କ ସହ ଆଲୋଚନା ପରେ ଗୋଦାମରେ ମହଜୁଦ ରହିଥିବା ୟୁରିଆ ସାର ପ୍ରତ୍ୟେକ ଚାଷୀଙ୍କୁ ୪ବସ୍ତା ଲେଖାଏଁ ପ୍ରଦାନ କରାଯିବ ବୋଲି କହିବା ପରେ ଆନ୍ଦୋଳନରୁ ଚାଷୀମାନେ ଓହରି ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri