ବ୍ରିଟିଶ୍‌ ସଂସଦରେ କୃଷକ ଆନ୍ଦୋଳନ ଚର୍ଚ୍ଚା: ଭାରତ ପକ୍ଷରୁ ବିରୋଧ

ନୂଆଦିଲ୍ଲୀ/ଲଣ୍ଡନ,୯।୩: କୃଷି ଆଇନ ବିରୋଧରେ ଭାରତରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବ୍ରିଟିଶ୍‌ ସଂସଦରେ ଆଲୋଚନା କରାଯାଇଛି। ଏଭଳି ଆଲୋଚନାକୁ ଭାରତ ପକ୍ଷରୁ ବିରୋଧ କରାଯାଇଛି। ଲଣ୍ଡନରେ ଅବସ୍ଥାପିତ ଥିବା ଭାରତୀୟ ଉଚ୍ଚାୟୁକ୍ତ ଏହାର କଡ଼ା ସମାଲୋଚନା କରିଛନ୍ତି। ସଂସଦରେ ଏକ ତରଫା ଏବଂ ମିଥ୍ୟା ତଥ୍ୟ ଉପସ୍ଥାପନ କରାଯାଇଥିବା ସେ କହିଛନ୍ତି। ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ନିନ୍ଦନୀୟ ବୋଲି ସେ ଅଭିଯୋଗ ଆଣିଛନ୍ତି। ବ୍ରିଟିଶ ସରକାରଙ୍କ ମନ୍ତ୍ରୀ ନାଇଜଲ ଏଡମ୍ସ୍‌ କୃଷି ସଂଶୋଧନ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛନ୍ତି।

Share