Categories: ଜାତୀୟ

୨୩ରୁ ଜୋର୍‌ଦାର ହେବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୨୨।୨(ପି.ଟି.): ନୂଆ କୃଷି ଆଇନ ବିରୋଧରେ ଜାରି ରହିଥିବା ଚାଷୀ ଆନ୍ଦୋଳନକୁ ଆହୁରି ଜୋର୍‌ଦାର କରାଯିବ। ଏଥିପାଇଁ ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଏକାଧିକ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ସରକାର ଆନ୍ଦୋଳନକୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ କରି ସେମାନେ ରଣକୌଶଳ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ସେହି ଅନୁଯାୟୀ ଫେବୃୟାରୀ ୨୩କୁ ‘ପଗଡ଼ି ସମ୍ଭାଳ ଦିବସ’, ୨୪କୁ ‘ଦମନ ବିରୋଧୀ ଦିବସ’ ଭାବେ ପାଳନ କରାଯିବ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଏକ ଖବରଦାତା ସମ୍ମିଳନୀରେ କୁହାଯାଇଛି। ସେହିପରି ୨୬ରେ ‘ଯୁବ କିଷାନ ଦିବସ’ ଏବଂ ୨୭ରେ ‘ମଜଦୁର କିଷାନ ଏକତା ଦିବସ’ ପାଳନ କରାଯିବ।

Share