Categories: ଜାତୀୟ

‘ଏବେ କୃଷକ ଆନ୍ଦୋଳନ ବନ୍ଦ ହେବ ନାହିଁ’

ନୂଆଦିଲ୍ଲୀ,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନୋଟି କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ, ପାଞ୍ଚ ଦଶନ୍ଧି ଧରି ସାଧାରଣ ଜୀବନରେ ମୁଁ କୃଷକଙ୍କ ଅସୁବିଧା ଏବଂ ଆହ୍ବାନକୁ ଅତି ନିକଟରୁ ଅନୁଭବ କରିଛି। ରାଷ୍ଟ୍ରକୁ ସମ୍ବୋଧିତ କରି ସେ କ୍ଷୁଦ୍ର ଚାଷୀଙ୍କୁ ଉପକୃତ କରିବା ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ପରେ ଭାରତୀୟ କୃଷକ ସଂଘର ନେତା ତଥା ଜାତୀୟ ମୁଖପାତ୍ର ରାକେଶ ଟିକାଏଟ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହି ଆନ୍ଦୋଳନ ତୁରନ୍ତ ବନ୍ଦ କରାଯିବ ନାହିଁ, ସଂସଦରେ କୃଷି ଆଇନ ରଦ୍ଦ ହେବାର ଦିନକୁ ଆମେ ଅପେକ୍ଷା କରିବୁ। ଏମଏସପି ସହିତ ସରକାର ଚାଷୀଙ୍କ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବା ଉଚିତ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶକୁ ସମ୍ବୋଧିତ କରି ଏହି ତିନୋଟି କୃଷି ଆଇନ ପ୍ରତ୍ୟାହାର ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଜି ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମେ ତିନୋଟି କୃଷି ଆଇନକୁ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛୁ। ଉଦ୍ଦେଶ୍ୟ ଥିଲା ଦେଶର କୃଷକମାନେ, ବିଶେଷକରି କ୍ଷୁଦ୍ର କୃଷକମାନେ ଏହାଦ୍ୱାରା ଅଧିକ ଶକ୍ତି ପାଇବେ। ସେମାନେ ଉତ୍ପାଦର ସଠିକ ମୂଲ୍ୟ ଏବଂ ଉତ୍ପାଦ ବିକ୍ରୟ ପାଇଁ ଅଧିକ ବିକଳ୍ପ ପାଇବେ। କିନ୍ତୁ ଆମେ ଚାଷୀଙ୍କୁ କୃଷି ଆଇନକୁ ବୁଝାଇବାରେ ବିପକ୍ଷ ହେଲୁ, ତେଣୁ ସମସ୍ତ ତିନୋଟି କୃଷି ନିୟମକୁ ରଦ୍ଦ କରାଯିବ।

Share