କର୍ଲାମୁଣ୍ଡା:୧୨।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ଧାନ ଉଠିବା ନେଇ ସମସ୍ୟା ଉପୁଜିଛି। ସମସ୍ୟାର ସମାଧାନ ଦାବିରେ ଚାଷୀ ସମାବେଶ ହୋଇ ଗୁରୁବାର ଚାଷୀମାନେ ଏକ ଶୋଭାଯାତ୍ରାରେ ବାହାରି ତହସିଲଦାର ଅରୁଣ ବର୍ଗେଙ୍କୁ ଭେଟି ଜିଲାପାଳଙ୍କ ଉଦ୍ଦେଶ୍ୟ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏପରିକି ଚାଷୀମାନେ ତହସିଲ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଥିଲେ।
ଏଥିରେ କର୍ଲାମୁଣ୍ଡା ବ୍ଲକ ବିକାଶ ପରିଷଦରୁ ଚାଷୀ ନେତା ଜୟଶଙ୍କର ସାହୁଙ୍କ ନେତୃତ୍ୱରେ ଗୌର କିଶୋର ରଣା, ଦେବେନ୍ଦ୍ର ସାହୁ, ସୁରେନ୍ଦ୍ର ଭୋଇ, ରଶ୍ମି କାନ୍ତ ସାହୁ, ଦୀନବନ୍ଧୁ ସାହୁ, ମହେନ୍ଦ୍ର ରଣା, ଗୋଲାପ ଶଙ୍କର ସାହୁ, ଗୋବିନ୍ଦ ସାହୁ, ନେପାଳ ସାହୁ, ଚନ୍ଦ୍ର ଭାନୁ ସାହୁ, ଯୁବରାଜ ସାହୁ, ଯଶୋବନ୍ତ ସାହୁଙ୍କ ସମେତ ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଫାଣ୍ଡି ଅଧିକାରୀ ଥବୀର ବାରିହାଙ୍କ ସହ ପୋଲିସ ଫୋର୍ସ ମୃତୟନ ହୋଇଛନ୍ତି।