କୃଷକ ସଂଗଠନର ରଣହୁଙ୍କାର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଧମକ

ବରଗଡ଼,୨୭।୨(ପ୍ରେମାନନ୍ଦ ଖମାରୀ):କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ଆଣିଥିବା ତତ୍କାଳୀନ ୨ ନୂଆ କୃଷି ଆଇନକୁ ନେଇ ଯେଭଳି ଅସନ୍ତୋଷ ତେଜି ଉଠିଥିଲା। ଅନୁରୂପ ଭାବେ ଏବେ ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ନେଇ କୃଷକ ସଂଗଠନ ଗୁଡ଼ିକ ତାତି ଉଠିଲେଣି। ଏହା କୃଷକଙ୍କ ସ୍ବାର୍ଥ ବିରୋଧୀ ନୀତି ଏବଂ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ବରଗଡ଼ ଜିଲା ସଂଯୁକ୍ତ କୃଷକ ସଂଗଠନ ଦାବି କରିଛି। ଏହି ଦାବି ନେଇ ଗୁରୁବାର ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଡେପୁଟି କଲେକ୍ଟର ଉତ୍ତମ କୁମାର ବାଘକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି, ଓଡ଼ିଶା ଏକ କୃଷିପ୍ରଧାନ ରାଜ୍ୟ। ଏଠାରେ ୭୦ରୁ ୮୦ ପ୍ରତିଶତ ଲୋକେ କୃଷି ଉପରେ ନିର୍ଭରଶୀଳ। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ କାରଣରୁ କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଉଥିବାବେଳେ ନୈରାଶ୍ୟଜନକ ସରକାରୀ ସାହାଯ୍ୟ, ଜଳସେଚନ ଅଭାବ, ସରକାରୀ ସବସିଡ଼ି ବାଟମାରଣା, ଆଦର୍ଶ ବଜାର ବ୍ୟବସ୍ଥା ଓ ଶୀତଳ ଭଣ୍ଡାର ଅଭାବ ରହିଥିବାବେଳେ ସୁବିଧାରେ ଋଣ ମଧ୍ୟ ମିଳିପାରୁ ନାହିଁ। ଏସବୁ କାରଣରୁ କୃଷିକ୍ଷେତ୍ର ଛାଡ଼ି ଲୋକେ ରା୍ଯଯ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଏପରି ଅନେକ ସମ୍ଯଯା ଥାଇ ମଧ୍ୟ କୃଷକମାନଙ୍କ କଠିନ ପରିଶ୍ରମ ଫଳରେ ଭୋକିଲା ରା୍ଯଯରୁ ବଳକା ରା୍ଯଯଭାବେ ଆଜି ପରିଣତ ହୋଇଛି। ହେଲେ ଆଜି ମଧ୍ୟ ରାଜ୍ୟର କୃଷକମାନଙ୍କ ମାସିକ ଆୟ ଜାତୀୟ ସ୍ତରରୁ ବହୁତ କମ୍‌ ରହିଛି। ସେ ଦିଗରେ ପ୍ରୟାସ କରାଯିବା ଦରକାର।
ଗତ ୨୦୨୪ ମସିହା ଡିସେମ୍ବର ମାସ ୨୮ ତାରିଖ ସଂଘୀୟ ଢ଼ାଞ୍ଚାକୁ ଉଲ୍ଲଂଘନ କରି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କୃଷି ବିପଣନ ଏବଂ ରାଷ୍ଟ୍ରୀୟ କୃଷି ଢ଼ାଞ୍ଚାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟକୁ ଏକ ମାର୍ଗଦର୍ଶିକା ଦେଇଛନ୍ତି। ସମ୍ବିଧାନର ଅନୁଚ୍ଛେଦ-୨୪୬ ସପ୍ତମ ଅନୁସୂଚୀରେ ଉଲ୍ଲେଖ ରହିଛି, କୃଷିକ୍ଷେତ୍ର ରା୍ଯଯ ଅଧିନରେ ଥିବା ଯୋଗୁ କୌଣସି ଆଇନ କଲେ ରାଜ୍ୟର ସହମତି ଆବଶ୍ୟକ। ସେଥିଯୋଗୁଁ ବିପଣନ ପାଇଁ ରାଷ୍ଟ୍ରୀୟ ଆଇନ କଲେ ରା୍ଯଯମାନଙ୍କର ଅନୁମତି କିମ୍ବା ସମତୁଲ୍ୟ ସମର୍ଥନ ଦରକାର ପଡ଼େ। ସେଥିପାଇଁ କେନ୍ଦ୍ର ଏହି ପ୍ରସ୍ତାବ ରଖିଛି। ଏହାକୁ ସର୍ବଭାରତୀୟ ସ୍ତରରେ ସମସ୍ତ କୃଷକ ସଂଗଠନ ବିରୋଧ କରୁଛନ୍ତି। ବରଗଡ଼ ସଂଯୁକ୍ତ କୃଷକ ସଂଗଠନ ମଧ୍ୟ ଏହାକୁ ଦୃଢ଼ ବିରୋଧ କରିବା ସହିତ ଏହି ଆଇନ କାର୍ଯ୍ୟକାରୀ ନ କରିବା ପାଇଁ ରା୍ଯଯ ସରକାରଙ୍କୁ ନିବେଦନ କରିଛି। ପ୍ରକାଶଥାଉକି, ସଂଯୁକ୍ତ କିସାନ ମୋର୍ଚ୍ଚାର ଦୀର୍ଘ ୧୩ ମାସ ଆନ୍ଦୋଳନ ଏବଂ ୭୦୦ କୃଷକଙ୍କ ବଳିଦାନ ପରେ କରୋନା ସମୟରେ କେନ୍ଦ୍ର ସରକାର ଆଣିଥିବା ୩ ନୂଆ ଆଇନକୁ ପ୍ରତ୍ୟାହାର କରାଯାଇଥିଲା। କିନ୍ତୁ ପୁଣିଥରେ କୃଷିକ୍ଷେତ୍ରକୁ ରିଫର୍ମ ନାମରେ କମ୍ପାନୀକରଣ କରିବା ଉଦ୍ୟମ କେତେଦୂର ଯୁକ୍ତିଯୁକ୍ତ ବୋଲି ସଂଯୁକ୍ତ କୃଷକ ସଂଗଠନ ପ୍ରଶ୍ନ କରିଛି।
ଅନ୍ୟପଟେ ଦାବିପତ୍ରରେ ଆହୁରି ଉଲ୍ଲେଖ ରହିଛି, ୨୦୧୬-୧୭ ମସିହାରୁ କୃଷି ଉପତ୍ାଦନରେ ରେକର୍ଡ଼ସ୍ତର ବୃଦ୍ଧି ହେବା ଦେଶ ପାଇଁ ଗର୍ବ, ଗୌରବର କଥା। ତେଣୁ ଏପିଏମସିକୁ ଠିକ୍‌ଭାବେ କାର୍ଯ୍ୟକାରୀ କରାଯାଉ। ଦେଶରେ ରହିଥିବା ୭୦୫୭ ମଣ୍ଡି ମଧ୍ୟରୁ ୧୧୦୦ ମଣ୍ଡି ବନ୍ଦ ପଡ଼ିଛି। ତାକୁ କାର୍ଯ୍ୟକ୍ଷମ କରି ସରକାର ନିଜେ ମଣ୍ଡି ପରିଚାଳନାକୁ ଦାବି ହୋଇଛି। ଚଳିତବର୍ଷ ରା୍ଯଯରେ ଧାନବିକ୍ରିରେ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଅଧିକ ଇନପୁଟ୍‌ ଆସିଷ୍ଟାଣ୍ଟ ପାଇ ୧୪ ଲକ୍ଷ କୃଷକଙ୍କୁ ୬୪ଲକ୍ଷ ମେଟ୍ରିକ ଟନ୍‌ ଧାନବିକ୍ରି ଉପରେ ୫୨୦୦କୋଟି ଟଙ୍କା ଅଧିକ ମିଳି ସାରିଛି। ଏଥିରୁ ବରଗଡ଼ ଜିଲାର ୧ଲକ୍ଷ ୫୦ହଜାର କୃଷକ ୭୭ଲକ୍ଷ ୫୫ କୁଇଣ୍ଟାଲ ଧାନବିକି ୬୨୦କୋଟି ଅଧିକ ଟଙ୍କା ପାଇ ସାରିଛନ୍ତି। ଏହା ସ୍ବାଗତଯୋ୍ଯଯ ପଦକ୍ଷେପ। ଏହି ଦୃଷ୍ଟିରୁ ରାଜ୍ୟର କୃଷକଙ୍କ ହିତ ପାଇଁ ଓଡ଼ିଶା ସରକାର ପ୍ରସ୍ତାବିତ କୃଷି ବିପଣନ ଏବଂ ରାଷ୍ଟ୍ରୀୟ ନୀତି ଢ଼ାଞ୍ଚା-୨୦୨୪କୁ ପ୍ରତ୍ୟାଖାନ କରିବେ ବୋଲି ସଂଯୁକ୍ତ କୃଷକ ସଂଗଠନ ଆଶା ରଖିଛି। ତାହା କରା ନଯାଇ କୃଷକଙ୍କ ବିରୋଧରେ ନିଷ୍ପତ୍ତି ନିଆଗଲେ ଦେଶବ୍ୟାପୀ ଆନ୍ଦୋଳନ ହେବ ଏବଂ ଆସନ୍ତା ମାର୍ଚ୍ଚ ମାସ ୧୭ ତାରିଖ ବରଗଡ଼ରେ ହେବାକୁ ଥିବା ରାଜ୍ୟସ୍ତରୀୟ କିସାନ ମହାପଞ୍ଚାୟତରେ ଏହାକୁ ପ୍ରସଙ୍ଗ କରାଯିବ ବୋଲି ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି। ସ୍ମାରକପତ୍ର ପ୍ରଦାନ ସମୟରେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ମହାପାତ୍ରଙ୍କ ସମେତ ବବ୍ରୁବାହନ ସାହୁ, ସୁରେଶ ନେକାଣ୍ଟି, ସ୍ବାଭିମାନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମନୁଷ୍ୟ ଚନ୍ଦ୍ରପୃଷ୍ଠରେ କାହିଁକି ହୋଇଯାଏ ମୁକ-କାଲ? ଜାଣନ୍ତୁ ଏହା ପଛର ବିଜ୍ଞାନ…

‘ଚନ୍ଦ୍ର’ ହେଉଛି ଗୋଟିଏ ମାତ୍ର ଉପଗ୍ରହ ଯାହା ଉପରେ ମନୁଷ୍ୟ ପାଦ ରଖିଛି। ହେଲେ ଅନେକ ସମୟରେ ପ୍ରଶ୍ନ ଉଠେ ଯେ କାହିଁକି ଚନ୍ଦ୍ରପୃଷ୍ଠରେ ଲୋକେ...

ଶୀର୍ଷରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ନଂ. ୩କୁ ଖସିଲେ ମିଷ୍ଟ୍ରୀ ସ୍ପିନର ଚକ୍ରବର୍ତ୍ତୀ

ଦୁବାଇ,୨ା୪: ଭାରତର ମିଷ୍ଟ୍ରୀ ସ୍ପିନର ବରୁନ ଚକ୍ରବର୍ତ୍ତୀ ଆଇସିସି ପୁରୁଷ ଟି୨୦ ବୋଲିଂ ର଼୍ୟାଙ୍କିଙ୍ଗ୍ସରେ ଗୋଟିଏ ସ୍ଥାନ ତଳକୁ ଖସି ୩ୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ...

ଗୁଜରାଟରେ ବାୟୁସେନା ଲଢୁଆ ବିମାନ ଦୁର୍ଘଟଣଗ୍ରସ୍ଥ, ସମଗ୍ର ଅଞ୍ଚଳରେ ଖେଳିଗଲା ନିଆଁ

ଜାମନଗର,୨।୪: ଗୁଜରାଟ ଜାମନଗରରେ ବାୟୁସେନା ଲଢୁଆ ବିମାନ ଜାଗୁଆର ଦୁର୍ଘଟଣଗ୍ରସ୍ଥ ହୋଇଛି। ରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ସୁବରଡ଼ା ଗାଁ’ରେ...

ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି

ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍‌ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍‌ ରାଜ୍ୟ ମହାଲେଖାକାରଙ୍କ...

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image