Categories: ଜାତୀୟ

କୃଷକଙ୍କ ପାଇଁ ଖୁସିଖବର: ୬ ହଜାର ବଦଳରେ ଏବେ ମିଳିବ ୧୦ ହଜାର!

ନୂଆଦିଲ୍ଲୀ,୫।୭: କେନ୍ଦ୍ରରେ ନୂତନ ସରକାର ଗଠନ ପରେ ସମସ୍ତେ ଉତ୍ସାହର ସହିତ ବଜେଟକୁ ଅପେକ୍ଷା କରିଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ’ଣ ଘୋଷଣା କରିବେ ତାହା ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଅନ୍ୟ ସମସ୍ତଙ୍କ ପରି, ୟୁପିର ବାଲିଆ ଜିଲାର ଜଣେ କୃଷକ ରାମପ୍ରକାଶ ମଧ୍ୟ ବଜେଟରୁ ବହୁତ ଆଶା ରଖିଛନ୍ତି। ସେ ଚାହୁଁଛନ୍ତି ଯେ, ପିଏମ କିସାନ ସମ୍ମାନ ନିଧି ଯୋଜନାର କିସ୍ତି ବୃଦ୍ଧି କରାଯାଉ। ଏବେ କୃଷକ ବାର୍ଷିକ ୬୦୦୦ଟଙ୍କା ପାଉଛନ୍ତି, ସରକାର ଏହାକୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିବା ଉଚିତ, ଏହା ସେମାନଙ୍କୁ ସାହାଯ୍ୟ କରିବ। ରାମପ୍ରକାଶଙ୍କ ପରି ଦେଶରେ ମଧ୍ୟ ଅନେକ କୃଷକ ଅଛନ୍ତି ଯେଉଁମାନେ ଏହି ବଜେଟ ସମ୍ବନ୍ଧରେ ଅର୍ଥମନ୍ତ୍ରୀଙ୍କ ଠାରୁ ବହୁତ ଆଶା ରଖିଛନ୍ତି। ତେଣୁ ଆସନ୍ତୁ ଜାଣିବା ସେମାନଙ୍କର ଦାବି କ’ଣ?

ମୁରାଦାବାଦରେ ରହୁଥିବା ରବି କିଶନଙ୍କ କହିବାନଯାୟୀ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ପରିସର ବୃଦ୍ଧି କରାଯିବା ଉଚିତ। କିସ୍ତି ପରିମାଣ ବୃଦ୍ଧି କରିବାର ଆବଶ୍ୟକତା ଅଛି, ଏହା କୃଷକମାନଙ୍କୁ ଚାଷ ସମ୍ବନ୍ଧୀୟ ଜିନିଷ କିଣିବାରେ ସାହାଯ୍ୟ କରିବ। ଏହା ବ୍ୟତୀତ ଯୋଗ୍ୟତା ମାନଦଣ୍ଡକୁ ଆହୁରି ଉନ୍ନତ କରାଯିବା ଉଚିତ ଯାହା ଦ୍ୱାରା ଏହିପରି କୃଷକମାନଙ୍କୁ ସାହାଯ୍ୟ କରାଯାଇପାରିବ ଯେଉଁମାନେ କେବଳ ଚାଷ ମାଧ୍ୟମରେ ନିଜର ରୋଜଗାର କରନ୍ତି। ଆପଣଙ୍କୁ କହିରଖୁଛୁ ଯେ, ଏହି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯ରେ ଆରମ୍ଭ ହୋଇଥିଲା। ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଯୋଗ୍ୟ କୃଷକମାନଙ୍କୁ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ୧୭ ତମ କିସ୍ତି ଜାରି କରିଥିଲେ।

Share