Categories: ଜାତୀୟ

ଫେବୃୟାରୀ ୨୩ରେ କଳା ଦିବସ, ମାର୍ଚ୍ଚ ୧୪ରେ ମହାପଞ୍ଚାୟତ: ବଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଉଛନ୍ତି ଚାଷୀ

ନୂଆଦିଲ୍ଲୀ,୨୨।୨: ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ) ଚାଷୀଙ୍କ ପ୍ରଦର୍ଶନରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏମଏସପି ଉପରେ ଗ୍ୟାରେଣ୍ଟି ଆଇନ ଦାବି କରୁଥିବା ଚାଷୀଙ୍କ ଦ୍ୱାରା ଚାଲିଥିବା ବିରୋଧ ମଧ୍ୟରେ କୃଷକ ନେତା ରାକେଶ ଟିକାୟତ ଗୁରୁବାର ଘୋଷଣା କରିଛନ୍ତି ଯେ ଫେବୃୟାରୀ ୨୩ ଶୁକ୍ରବାର କଳା ଦିବସ ପାଳନ କରାଯିବ। ପୁଲିସ ଆକ୍ରମଣରେ ଖାନାଉରି ସୀମାରେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ କଳା ଦିବସ ପାଳନ କରାଯିବ। ଘଟଣା ବିରୋଧରେ ଏଫଆଇଆର ଓ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତି ପୂରଣ ପାଇଁ ମଧ୍ୟ ସେ ଦାବି କରିଛନ୍ତି। ଏହା ବ୍ୟତୀତ ୨୬ ଫେବୃଆରୀରେ ଦେଶର ଭିଭିନ୍ନ ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଆୟୋଜିତ ହେବ। ଏହି ସମୟରେ ମାର୍ଚ୍ଚ ୧୪ରେ ଦିଲ୍ଲୀର ରାମଲିଲା ମଇଦାନରେ ଏକ ମହାପଞ୍ଚାୟତ ଡକାଯାଇଛି।

Share