Categories: ଜାତୀୟ

କରନାଲରେ ଶେଷ ହେଲା କୃଷକଙ୍କ ବିରୋଧ ପ୍ରଦର୍ଶନ

ଚଣ୍ଡିଗଡ଼,୧୧ ।୯: ଅଗଷ୍ଟ ୨୮ରେ ବସତାଡା ଟୋଲରେ କୃଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜ ଓ ଏସ୍‌ଡିଏମ୍ ଆୟୁଷ ସିହ୍ନାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଅନ୍ୟ ଦାବି ନେଇ କୃଷକ ଓ ପ୍ରଶାସନ ମଧ୍ୟରେ ଲାଗି ରହିଥିବା ଟଣାଓଟରାରେ ବିରତି ଲାଗିଛି । ଅତିରିକ୍ତ ମୁଖ୍ୟ ସଚିବ ଦେବେନ୍ଦ୍ର ସିଂ କହିଛନ୍ତି ଉଭୟଙ୍କ ସହମତିରେ ୨୮ ଅଗଷ୍ଟରେ ହୋଇଥିବା ଘଟଣାର ହାଇକୋଟର ପୂର୍ବତନ ଜଜଙ୍କୁ ନେଇ ଘଟଣାର ଯାଞ୍ଚ କରାଯିବ । ଏହା ଏକମାସ ମଧ୍ୟରେ ଶେଷ ହେବ । ପୂର୍ବତନ ଏସ୍‌ଡିଏମ୍ ଆୟୁଷ ସିହ୍ନା ଏବେ ଛୁଟିରେ ରହିବେ । ହରିୟାଣା ସରକାର ମୃତ କୃଷକ ସତିଶ କାଜଲଙ୍କ ପରିବାରର ଦୁଇ ଜଣଙ୍କୁ ଚାକିରି ଯୋଗାଇ ଦେବେ । ଏହାପରେ କୃଷକ ନେତା ଗୁରନାମ ସିଂ ଲାଠିଚାର୍ଜ ମାମଲାକୁ ନେଇ ଚାଲିଥିବା ଆନ୍ଦୋଳନ ଶେଷ କରିବାକୁ ଘୋଷଣା କରିଥିଲେ ।

Share