୩ ଦଫା ଦାବିରେ ଚାଷୀଙ୍କ ବିକ୍ଷୋଭ: ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବନ୍ଦ ହେଉ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କୃଷି ଏବଂ କୃଷକଙ୍କ ସମସ୍ୟା ଅସମାହିତ ରହିଛି। ଧାନର ଅଭାବୀ ବିକ୍ରି, କଟନୀଛଟନୀଠାରୁ ଆରମ୍ଭ କରି ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ଶୁକ୍ରବାର ଜିଲାର ଭଟଲିରେ ଚାଷୀ ସଙ୍ଗଠନ ଜୟ କିଷାନ ଆନ୍ଦୋଳନ ନେତୃତ୍ୱରେ ବିକ୍ଷୋଭ ଶୋଭାଯାତ୍ରା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅଭିରାମ ସେଠଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଦାବି ପୂରଣ ନ ହେଲେ ଆଗକୁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଭଟଲି ଟାଉନ ହଲ୍‌ରୁ ଅଞ୍ଚଳର ଶତାଧିକ ଚାଷୀ ଶୋଭାଯାତ୍ରାରେ ତହସିଲଦାରଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଥିଲା। ଜୟ କିଷାନ ଆନ୍ଦୋଳନର ବ୍ଲକ ସଭାପତି ମାନଭଞ୍ଜନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜଙ୍କ ସମେତ ଅନେକ ଚାଷୀନେତା ଯୋଗ ଦେଇଥିଲେ। ଲିଙ୍ଗରାଜ କହିଥିଲେ, ବିଦ୍ୟୁତ୍‌ କ୍ଷେତ୍ରରେ କମ୍ପାନୀକରଣ ବିରୁଦ୍ଧରେ ଭଟଲିରୁ ପ୍ରଥମେ ଆନ୍ଦୋଳନ ଆରମ୍ଭ ହୋଇଥିଲା। ସେହି ଆନ୍ଦୋଳନ ସମଗ୍ର ଜିଲାରେ ଚେତନା ସୃଷ୍ଟି କରିବା ସହିତ ଚାଷୀଙ୍କୁ ଆନ୍ଦୋଳିତ କରିଥିଲା ଏବଂ ପରବତ୍ତୀ ନିର୍ବାଚନରେ ତାହା ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ବର୍ତ୍ତମାନ ରାଜ୍ୟର ଭାଜପା ସରକାର ଧାନ କୁଇଣ୍ଟାଲ ପ୍ରତି ୮୦୦ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡ଼ି ପ୍ରଦାନ କରିଛନ୍ତି ସତ, କିନ୍ତୁ ମଣ୍ଡିରେ କଟନୀଛଟନୀ ଏବଂ ମିଲର୍ସଙ୍କ ଦାଦାଗିରି ପୂର୍ବବର୍ଷଠାରୁ ଅଧିକ ଦେଖିବାକୁ ମିଳିଛି। ଏହାସହିତ ଚଳିତ ଖରିଫ୍‌ ଚାଷରେ ନାନୋ ସାରକୁ ବାଧ୍ୟତାମୂଳକ କରାଯାଇଛି। ଫଳରେ ଚାଷୀଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି। ତେବେ କୃଷିକ୍ଷେତ୍ରରେ ବ୍ୟବହୃତ ବିଦ୍ୟୁତ୍‌ ସମ୍ପୂର୍ଣ୍ଣ ଛାଡ଼, ପ୍ରତ୍ୟେକ ପରିବାରକୁ ଅନ୍ତତଃ ୩୦୦ ୟୁନିଟ୍‌ ବିଦ୍ୟୁତ ବିଲ୍‌ ଛାଡ଼, ବିଦ୍ୟୁତ କ୍ଷେତ୍ରରେ କମ୍ପାନୀକରଣକୁ ବନ୍ଦ, ଧାନବିକ୍ରି ବ୍ୟବସ୍ଥାରେ ମିଲର୍ସଙ୍କ ହସ୍ତକ୍ଷେପ ବନ୍ଦ, ନାନୋ ସାର ବ୍ୟବହାରକୁ ବାଧ୍ୟତାମୂଳକ କରା ନ ଯିବାକୁ ଜୟ କିଷାନ ଆନ୍ଦୋଳନ ଦାବି କରିଛି।
ଏହି ଦାବି ସମୂହକୁ ସରକାର ଗମ୍ଭୀରତାର ସହିତ ଚିନ୍ତା କରି ଯଥାଶୀଘ୍ର ପଦକ୍ଷେପ ଗ୍ର୍ରହଣ କରନ୍ତୁ, ଅନ୍ୟଥା ଜିଲାବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ ବୋଲି ଲିଙ୍ଗରାଜ ଚେତବାନୀ ଦେଇଥିଲେ। ଫସଲ ଥିବା ସମୟରେ କୌଣସି ପରିସ୍ଥିତିରେ ଚାଷୀଙ୍କ ବିଦ୍ୟୁତ୍‌ କାଟ୍‌ କରାଗଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଜୟ କିଷାନ ଆନ୍ଦୋଳନର ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆଁ ଚେତାବନୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଷୀନେତା ଅକ୍ଷୟ ପ୍ରଧାନ, ନରେନ୍ଦ୍ର ନାୟକ, ମୋହନ ସାହୁ, ଜନ୍ମେଜୟ ଠାକୁର, ଭରତ ଚନ୍ଦ୍ର ନାୟକ, ମିନିଷ୍ଟର ବାରିକ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri