Categories: ଜାତୀୟ

Farmers Protest: ଚରଣ ସିଂ-ସ୍ବାମୀନାଥନଙ୍କୁ ଭାରତ ରତ୍ନ ପରେ ବି କାହିଁକି ଚାଷୀ କରୁଛନ୍ତି ଆନ୍ଦୋଳନ, ୧୬ ଫେବୃଆରୀରେ ଭାରତ ବନ୍ଦ ଡାକରା…

ନୂଆଦିଲ୍ଲୀ,୧୨।୨ : କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ସବୁଜ ବିପ୍ଳବ ପିତା କୁହାଯାଉଥିବା ଏମଏସ ସ୍ବାମୀନାଥନସଙ୍କୁ ଭାରତ ରତ୍ନ ଦିଆଯିବା ଘୋଷଣା ମଧ୍ୟରେ କୃଷକମାନେ ପୁଣି ଥରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି। ଫେବୃଆରୀ ୧୩ ରେ ପଞ୍ଜାବ-ହରିୟାଣାର କୃଷକମାନେ ଦିଲ୍ଲୀରେ ପହଞ୍ଚି ନେତା ଓ ମନ୍ତ୍ରୀଙ୍କୁ ଘେରି ରହିବାକୁ ଯୋଜନା କରିଥିବାବେଳେ ୧୬ ଫେବୃଆରୀରେ କୃଷକ ସଂଗଠନ ମଧ୍ୟ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷକଙ୍କ ଆନ୍ଦୋଳନର ପବନ ଆସିବା ମାତ୍ରେ ପୋଲିସ ସତର୍କ ରହିଛି। ସେମାନଙ୍କୁ ବିଭିନ୍ନ ସ୍ଥାନରେ ଅଟକାଇବା ପାଇଁ ବ୍ୟବସ୍ଥା କରାଯାଇଛି।

ହରିୟାଣା ସରକାର ଅନେକ ସ୍ଥାନରେ ମୁଖ୍ୟ ରାସ୍ତାକୁ ସବୁଦିନ ପାଇଁ ବନ୍ଦ କରି ଦେଇଛନ୍ତି। ଚାଷୀଙ୍କ ଆନ୍ଦୋଳନକୁ ରୋକିବା ପାଇଁ ପୂର୍ବପରି ସମାନ ଢ଼ଙ୍ଗରେ ପୁନର୍ବାର ଛୋଟ ରାସ୍ତାରେ ଗର୍ତ୍ତ ନିର୍ମାଣ କରାଯାଇଛି। ରାଜ୍ୟରେ ଗିରଫଦାରୀ ଆରମ୍ଭ ହୋଇଛି। କୃଷକ ନେତା ରାକେଶ ଟିକାଏତ ଟୁଇଟରରେ ଲେଖିଛନ୍ତି କେନ୍ଦ୍ରର ନିର୍ଦ୍ଦେଶରେ ମଧ୍ୟପ୍ରଦେଶ ସରକାର ବି.କେ.ୟୁ ରାଜ୍ୟ ସଭାପତି ଅନିଲ ଯାଦବ ଏବଂ ଆରାଧନା ଭର୍ଗାଭାଙ୍କୁ ଗିରଫ କରି ଜେଲକୁ ପଠାଇଛନ୍ତି। ଭାରତ ବନ୍ଦ ଆନ୍ଦୋଳନକୁ ଦମନ କରିବା ପାଇଁ ଏହା ଏକ ପଦକ୍ଷେପ।

ଏହି ଆନ୍ଦୋଳନ ମାଧ୍ୟମରେ କୃଷକମାନେ ସେମାନଙ୍କର ବିଭିନ୍ନ ଦାବି ଉପରେ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବାକୁ ପ୍ରସ୍ତୁତ ହେଉଛନ୍ତି। ସେସେବୁ ମଧ୍ୟରେ ଉତ୍ପାଦଗୁଡିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ଦେଉଥିବା ଏକ ଆଇନ କାର୍ଯ୍ୟକାରୀ କରିବାକୁ ଦାବି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଛି।

 

 

 

 

Share