Categories: ଜାତୀୟ

ଭୟର ବାତାବରଣ ମଧ୍ୟରେ ରାତି ସାରା ଉଜାଗର ରହିଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୨୮ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା କୃଷକ ଓ ପୋଲିସ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଛି । ଭାରତୀୟ କୃଷକ ୟୁନିୟନର ପ୍ରବକ୍ତା ରାକେଶ ଟିକୈତ ଅଭିଯୋଗ କରିଛନ୍ତି କି ବୁଧବାର ରାତିରେ ତାଙ୍କ କ୍ୟାମ୍ପରୁ ପୋଲିସ ବୁଜୁଳି କାଟି ଦେଇଛି । ଏଥିପାଇଁ କୃଷକମାନେ କେନ୍ଦ୍ର ସରକାର ଓ ପୋଲିସ ଆନ୍ଦୋଳନକୁ ଅସ୍ଥିର କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି । କୃଷକ ନେତାଙ୍କ ଅଭିଯୋଗ ହେଲା ପ୍ରଶାସନ ପରିବେଶକୁ ଖରାପ କରୁଛି । ଭୟର ବାତାବରଣ ସୃଷ୍ଟି କରୁଛି । ଯାହାଫଳରେ ଆମେ ସାରା ରାତି ଉଜାଗର ରହିଛୁ । କାରଣ ପ୍ରଶାସନ ଚାହୁଁଛି ଆମର ଆନ୍ଦୋଳନ ଶେଷ ହେଉ ।

Share