Categories: ଜାତୀୟ

ଗାଜିପୁର ସୀମାରେ ବାରିକେଡ ଦେଖି ହରସିମରତ କହିଲେ ପାକିସ୍ତାନ ସୀମାରେ ବି ଦେଖିନାହିଁ ଏମିତି ସୁରକ୍ଷା

ନୂଆଦିଲ୍ଲୀ,୪ ।୨: ଦିଲ୍ଲୀର ଗାଜିପୁର ସୀମା ପୁଣି ଚର୍ଚ୍ଚାରେ । ଗୁରୁବାର ସେଠାରେ କେତେଜଣ ବିରୋଧିଦଳ ନେତା ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୮ ରାଜନୈତିକ ଦଳର ଏମ୍‌ପି ମଧ୍ୟ ଥିଲେ । ସ୍ଥିତି ପରଖିବା ସହ ଏମାନେ କୃଷକଙ୍କ ସହ କଥା ହୋଇଥିଲେ । ସୂଚନାରୁ ଜଣାପଡିଛି ଯେ ସମସ୍ତ ବିରୋଧି ଏମ୍‌ପି ଲୋକ ସଭା ଅଧ୍ୟକ୍ଷ ଓମ ବିରଲାଙ୍କୁ ସାକ୍ଷାତ୍ କରି ସମ୍ପୂର୍ଣ୍ଣ ଘଟଣା ବିଷୟରେ ଅବଗତ କରାଇବେ । ବିରୋଧୀ ଏମ୍‌ପିଙ୍କ ମଧ୍ୟରେ ଅକାଳି ଦଳର ହରସିମରତ କୌର, ଏନ୍‌ସିପିର ସୁପ୍ରିୟା ସୁଲେ, ଡିଏମ୍‌କେର କାନିମୋଝି, ଟିଏମ୍‌ସିର ସୌଗତ ରାୟ ଥିଲେ । ପ୍ରଥମେ ଏମାନଙ୍କୁ ଦିଲ୍ଲୀ ପୋଲିସ ଧାରଣା ସ୍ଥଳ ପୂର୍ବରୁ ଅଟକାଇ ଦେଇଥିଲା । ପରେ ଏମାନେ କୃଷକ ନେତାଙ୍କ ସହ ସାକ୍ଷାତ୍ କରିଥିଲେ । ଏହାପରେ ହରସିମରତ କହିଥିଲେ ଏଠାରେ ୩ କିଲୋମିଟର ପର୍ଯ୍ୟନ୍ତ ବାରିକେଡ ଲଗାଇ ଦିଆଯାଇଛି । ଏଥିରୁ ସ୍ପଷ୍ଟ ଭାବେ ଅନୁମାନ କରାଯାଉଛି କୃଷକଙ୍କର ଅବସ୍ଥା କ’ଣ ହେଉଥିବ । ୧୩ ଲେୟାର ବାରିକେଡ କରାଯାଇଛି ଏମିତିକି ପାକିସ୍ତାନ ସୀମାରେ ବି ସୁରକ୍ଷା ପାଇଁ ଏମିତି ବାରିକେଡ ମୁଁ ବୋଧହୁଏ ଦେଖିନାହିଁ ବୋଲି ହରସିମରତ କହିଛନ୍ତି । ଯେତେବେଳେ ବିରୋଧୀନ ଦଳର ପ୍ରାୟ ୧୫ ଏମପି୍ ଗାଜିପୁର ସୀମାରେ ପହଞ୍ଚିଥିଲେ ସେତେବେଳେ ସେଠାରେ ଲାଗିଥିବା କଣ୍ଟାକୁ ଉଠାଇ ଦିଆଯାଉଥିଲା । ସୂଚନାଯୋଗ୍ୟ, ଜାନୁୟାରୀ ୨୬ରେ କୃଷି ଆଇନକୁ ବିରୋଧ କରି ସୀମାରେ ଆନ୍ଦୋଳନରେ ବସିଥିବା କୃଷକମାନେ ଟ୍ରାକ୍ଟର ରାଲି ବାହାର କରିଥିଲେ । ଏହାପରେ ପରିସ୍ଥିତିକୁ ନିୟ୍‌ନ୍ତ୍ର୍ରଣରେ ରଖିବାକୁ ପୋଲିସ ପକ୍ଷରୁ ଏହି ବାରିକେଡ ଲଗାଯାଇଥିବା କୁହାଯାଇଥିଲା ।

Share