Categories: ଜାତୀୟ

ଆଲୋଚନା ଆରମ୍ଭ କରିବା ପାଇଁ ସରକାର ପ୍ରସ୍ତୁତ : ଗୋୟଲ

ନୂଆଦିଲ୍ଲୀ, ୭ା୨- ନୂଆ କୃଷି ଆଇନକୁ ବିରୋଧ କରୁଥିବା ଆନ୍ଦୋଳନରତ କୃଷକ ନେତାଙ୍କ ସହ ପୁଣି ଥରେ ସରକାର ଆଲୋଚନା ଆରମ୍ଭ କରିବା ପାଇଁ ପ୍ରସ୍ତୁତ ଥିବା କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ସୂଚନା ଦେଇଛନ୍ତି।

ଗତମାସରେ ଆନ୍ଦୋଳନରତ କୃଷକ ନେତାଙ୍କ ସହ ଆଲୋଚନା କରିବାକୁ  ଗୋଟିଏ ଫୋନ କଲ ଦୂରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ କେହି ଠୋସ୍‌ ପ୍ରସ୍ତାବ ଦେଇ ନାହାନ୍ତି। କୃଷକଙ୍କ ସମସ୍ୟାକୁ ସର୍ବଦା ପ୍ରାଥମିକତା ଦେଇଛନ୍ତି ସରକାର। ପ୍ରଧାନମନ୍ତ୍ରୀ ଓ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ନୂଆ ଚାଷୀ ଆଇନକୁ ୧୮ ମାସ ପାଇଁ ସ୍ଥଗିତ ଓ ପରିବର୍ତ୍ତନ କରିବାକୁ ଆମେ ପ୍ରସ୍ତାବ ଦେଇଥିଲୁ। କିନ୍ତୁ କୃଷକଙ୍କ ପକ୍ଷରୁ କୌଣସି ଠୋସ ପରାମର୍ଶ ମିଳି ନାହିଁ ବୋଲି ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଉଲ୍ଲେଖଥାଉ କି, ଏପର୍ଯ୍ୟନ୍ତ ୧୧ ଥର ଆଲୋଚନା ହୋଇଥିବାବେଳେ ଜାନୁୟାରୀ ୨୨ ତାରିଖରେ ଅନ୍ତିମ ଥର ଦୁଇ ପକ୍ଷ ମଧ୍ୟରେ ବୈଠକ ହୋଇଥିଲା।

Share