Categories: ଜାତୀୟ

କୃଷକ ଆନ୍ଦୋଳନ ମଧ୍ୟରେ ଚାଲିଗଲା ପୋଲିସକର୍ମୀଙ୍କ ଜୀବନ, ଗୋଟିଏ ଦିନ ପୂର୍ବରୁ ଜଣେ ଚାଷୀଙ୍କର ହୋଇଥିଲା ମୃତ୍ୟୁ

ନୂଆଦିଲ୍ଲୀ,୧୭।୨: ପଞ୍ଜାବ-ହରିୟାଣା ସୀମାରେ କୃଷକଙ୍କ ବିରୋଧ ପ୍ରଦର୍ଶନ ମଧ୍ୟରେ ଶମ୍ଭୁ ସୀମାରେ ନିୟୋଜିତ ହୋଇଥିବା ଜଣେ ପୋଲିସକର୍ମୀଙ୍କ ମୃତ୍ୟୁ ଘଟିଛି। ଏହି ପୋଲିସ କର୍ମଚାରୀ ହରିୟାଣା ପୋଲିସର ସବ-ଇନ୍ସପେକ୍ଟର ହିରାଲାଲ ବୋଲି ଜଣାପଡିଛି। ନ୍ୟୁଜ ଏଜେନ୍ସି ଏନଆଇ କହିଛି ଯେ ହିରାଲାଲଙ୍କୁ ୫୨ ବର୍ଷ ହୋଇଥିଲା ଏବଂ କୃଷକଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ଶମ୍ଭୁ ସୀମାରେ ନିୟୋଜିତ କରାଯାଇଥିଲା। ଶମ୍ବୁ ସୀମା ପଞ୍ଜାବର ପଟିଆଲାରେ ଅବସ୍ଥିତ ।

ଡ୍ୟୁଟିରେ ଥିବାବେଳେ ସବ-ଇନ୍ସପେକ୍ଟର ହିରାଲାଲଙ୍କ ସ୍ବାସ୍ଥ୍ୟ ହଠାତ୍‌ ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ତୁରନ୍ତ ଅମ୍ବାଲା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଏଠାରେ ଥିବା ଡାକ୍ତରମାନେ ପୋଲିସଙ୍କ ଜୀବନ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ସଫଳ ହୋଇପାରିନଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଛି।

Share