ବୁଗୁଡ଼ା,୨୧ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ଅଞ୍ଚଳରେ ଚାଷୀମାନେ ସାର ନ ପାଇ ହଇରାଣ ହରକତ ହେଉଥିବା ବେଳେ ସେମାନେ ସାର ପାଇବା ପାଇଁ ସ୍ଥାନୀୟ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଧାରଣା ସହ ପ୍ରତିବାଦ କରିଥିବା ଜଣାପଡ଼ିଛି। ଖବର ପାଇ ତହସିଲଦାର ସଂଗ୍ରାମ କେଶରୀ ଜେନା ଏବଂ ସହ କୃଷି ଅଧିକାରୀ ନିହତ ରଞ୍ଜନ ପୃଷ୍ଟି ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାଶୁଝା କରିବା ସହ ଯାଞ୍ଚ କରି ଗୋଦାମରେ ସାର ନ ଥିବା କହିଥିଲେ। ମାତ୍ର ସାର ଥାଇ ଡିଲର ସାର ଯୋଗାଇ ନ ଥିବା ଚାଷୀମାନେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଶେଷରେ ଆସନ୍ତା ମଙ୍ଗଳବାର ସୁଦ୍ଧା ସାର ଯୋଗାଇ ଦେବା ପାଇଁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ ।