Categories: ଜାତୀୟ

ଡିସେମ୍ବର ୩୦ରେ ହେବ କୃଷକ ନେତା-ସରକାରଙ୍କ ମଧ୍ୟରେ କଥାବାର୍ତ୍ତା!

ନୂଆଦିଲ୍ଲୀ,୨୮ ।୧୨: କେନ୍ଦ୍ର ସରକାଙ୍କର କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏବେ ଏହା ୩୩ ଦିନରେ ପହଞ୍ଚିଲାଣି । ହେଲେ ଏହାର କୌଣସି ସମାଧାନ ହୋଇ ପାରୁନାହିଁ । ବହୁବାର କୃଷକ ନେତା ଓ ସରକାରଙ୍କ ମଧ୍ୟରେ କଥାବର୍ତ୍ତା ହୋଇଥିଲେ ବି ଏହାର ସମାଧାନ ହେଉନି । ଆସନ୍ତା ମଙ୍ଗଳବାର ଅର୍ଥାତ୍ ଡିସେମ୍ବର ୨୯ରେ ଉଭୟଙ୍କ ମଧ୍ୟରେ ଆଉ ଏକ ବୈଠକ ହେବାର ଥିଲା । ହେଲେ ଏହାକୁ ସରକାର ଡିସେମ୍ବର ୩୦ ଅର୍ଥାତ ବୁଧବାର ଦ୍ୱିପ୍ରହର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଏହା କୃଷକ ନେତା ଓ ସରକାରଙ୍କ ମଧ୍ୟରେ ସପ୍ତମ ବୈଠକ ହେବାକୁ ଯାଉଛି । ଅନ୍ୟପଟେ ଆଲୋଚନା ହେଉଛି କି ସରକାର ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି ଯେଉଁଥିପାଇଁ ସେ ଅଧିକ ସମୟ ମାଗିଛନ୍ତି । ଏହାପରେ ସେ କୃଷକଙ୍କ ସାମ୍ନାରେ ଯାହା ଉପସ୍ଥାପନ କରିବେ ତାକୁ ହୁଏତ କୃଷକମାନେ ମାନିନେବେ । ସୂଚନାଯୋଗ୍ୟ, ଦୀର୍ଘ ୩୩ ଦିନ ହେବ କୃଷକଙ୍କ ଆନ୍ଦୋଳନ ଯୋଗୁ ଦିଲ୍ଲୀ ସୀମାରେ ଲୋକଙ୍କ ଯାତାୟାତରେ ବହୁ ଅସୁବିଧା ଉପୁଜୁଛି ।

Share