ପଞ୍ଜାବରେ ରିଲିଜ ହେବନି କଙ୍ଗନାଙ୍କ ଫିଲ୍ମ!

ମୁମ୍ବାଇ:ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କର ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି । ଅନ୍ୟପଟେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ଅନେକେ ଲୋକ କୃଷକଙ୍କୁ ସହଯୋଗ ମଧ୍ୟ କରୁଛନ୍ତି । ରାଜଧାନୀ ଦିଲ୍ଲୀ ସୀମାରେ ବସିଥିବା କୃଷକଙ୍କୁ ସହଯୋଗ କରି କିଛିିଦିନ ତଳେ କେତେଜଣ ସେଲିବିଟି ମଧ୍ୟ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିବା ଦଖାଯାଇଥିଲା । ହେଲେ ଏହି ଆନ୍ଦୋଳନକୁ ନେଇ କଙ୍ଗନା ରାନାୱତ ସୋସିଆଲ ମିଡିଆରେ ଯେଉଁ ମନ୍ତବ୍ୟ ଦେଇଥିଲେ ପରେ ତାହା ଚର୍ଚ୍ଚାକୁ ଆସିବା ସହ ଟ୍ରୋଲର ଶିକାର ହୋଇଥିଲେ କଙ୍ଗନା । ଏମିତିକି ପଞ୍ଜାବି କଳାକାର ଦିଲଜିତ ଦୋସାଞ୍ଜ କଙ୍ଗନାକୁ ବହୁକଥା ଶୁଣାଇଥିଲେ । ଏବେ ଏହାକୁ ନେଇ କଙ୍ଗନା ରାନାୱତଙ୍କ ବିରୋଧରେ ପଞ୍ଜାବର କୃଷକ ଏକ ବଡ ନିଷ୍ପତ୍ତି ନେଇଥିବା ଜଣାପଡିଛି । କୃଷକମାନେ କହିଛନ୍ତି ପଞ୍ଜାବରେ କଙ୍ଗନାଙ୍କ ଫିଲ୍ମ ରିଲିଜ୍ କରାଇ ଦିଆଯିବ ନାହିଁ । ଏହାପରେ କଙ୍ଗନାଙ୍କୁ ଏକ ପ୍ରକାର ଧକ୍କା ଲାଗିଛି କହିଲେ ଚଳେ । କଙ୍ଗନା ଏବେ ଅଭିନେତ୍ରୀର ରାଜନେତା ପାଲଟିଥିବା ସ୍ୱର୍ଗତା ଜୟାଲଳିତାଙ୍କ ବାୟୋପିକ ‘ଥଲାଇବା’ରେ କାମ କରୁଛନ୍ତି । ଏହା ଖୁବ୍‌ଶୀଘ୍ର ଫ୍ଲୋରକୁ ଆସିବ ବୋଲି କୁହାଯାଉଛି ।

Share