Categories: ଜାତୀୟ

ଆଉ ୮ ମାସ ଚାଲିବ ଚାଷୀ ଆନ୍ଦୋଳନ

ନୂଆଦିଲ୍ଲୀ, ୧।୪: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନ ଆଉ ୮ ମାସ ଚାଲିବ ବୋଲି ଭାରତୀୟ କିଷାନ ୟୁନିୟନ(ବିକେୟୁ) ମୁଖପାତ୍ର ରାକେଶ ଟିକାଏତ୍‌ ଗୁରୁବାର କହିଛନ୍ତି। ମେ’ ୧୦ ପର୍ଯ୍ୟନ୍ତ ଚାଷୀମାନେ ଗହମ ଅମଳରେ ବ୍ୟସ୍ତ ରହୁଥିବାରୁ ଏହା ପରେ ଆନ୍ଦୋଳନକୁ ଜୋର୍‌ଦାର କରାଯିବ। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀମାନେ ୪ ମାସ ହେଲା ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି। ୧୧ ପର୍ଯ୍ୟାୟ ଆଲୋଚନା ସତ୍ତ୍ୱେ ସରକାର ଆଇନ ପ୍ରତ୍ୟାହାର ଦାବି ଗ୍ରହଣ କରୁ ନାହାନ୍ତି। ଆଇନ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଚାଷୀମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି। ମେ’ ପ୍ରଥମ ଭାଗରେ ଲକ୍ଷାଧିକ ଚାଷୀ ପାର୍ଲାମେଣ୍ଟ ଅଭିମୁଖେ ପଦଯାତ୍ରାରେ ଯିବେ ବୋଲି ବୁଧବାର ଅଲ୍‌ ଇଣ୍ଡିଆ କିଷାନ ସଭାର ସାଧାରଣ ସମ୍ପାଦକ ହନ୍ନନ ମୋଲ୍ଲା କହିଥିଲେ।

Share