କେନ୍ଦୁଝର,୩ା୧୨(ସ୍ବ.ପ୍ର.): ବିଭିନ୍ନ ଦାବି ନେଇ ଅଲ୍ ଇଣ୍ଡିଆ କ୍ଷେତ ମଜଦୁର ସଂଘ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଖୁବ୍ଶୀଘ୍ର ସମସ୍ତ ଧାନ କ୍ରୟ କେନ୍ଦ୍ର ଖୋଲି ଚାଷୀଙ୍କ ଧାନ କିଣିବା, ଗତବର୍ଷ ଧାନ ବିକିଥିବା ଚାଷୀଙ୍କୁ ଚିହ୍ନଟ କରି ଧାନ ମୂଲ୍ୟ ପ୍ରଦାନ କରିବା, ଲ୍ୟାମ୍ପସରେ ଚାଲିଥିବା ଦୁର୍ନୀତି ରୋକିବା ପାଇଁ ଦୃଢ଼ ପଦକ୍ଷେପ, ୧୯୫୫ ମସିହାର ଅତ୍ୟାବଶ୍ୟକ ଆଇନ ସଂଶୋଧନ ଆଇନ ରଦ୍ଦ, ମଣ୍ଡି ଆଇନ ୨୦୨୦ ରଦ୍ଦ, ଚୁକ୍ତି ଚାଷ ଆଇନ ବାତିଲ ଆଦି ଦାବିରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚାଷ ସଂହତି ଦିବସ ଅବସରରେ ବିଭିନ୍ନ ସ୍ଥାନରୁ ଚାଷୀମାନେ ଆସି କେନ୍ଦ୍ର ସରକାର ବିରୋଧୀ ସ୍ଲୋଗାନ ଦେଇ ବିରୋଧ ପ୍ରଦର୍ଶନ କରିଥିଲେ।