Categories: ଜାତୀୟ

କୃଷକ ଆନ୍ଦୋଳନ ଯୋଗୁ ପ୍ରତିଦିନ କ୍ଷତି ହେଉଛି ୩,୫୦୦କୋଟି ଟଙ୍କା

ନୂଆଦିଲ୍ଲୀ,୧୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ କରିଥିବା ଆନ୍ଦୋଳନ ଫଳରେ ବହୁ କ୍ଷତି ହେଉଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ବଡି ଆସୋଚାମ ମଙ୍ଗଳବାର କହିଛି ଯେ କୃଷକଙ୍କ ଆନ୍ଦୋଳନର ପ୍ରଭାବ ସିଧାସଳଖ ପରିବହନ ଓ ବ୍ୟବସାୟ ଉପରେ ପଡିଛି । ଫଳରେ ଏହି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିଲେ ବି ପ୍ରତିଦିନ ଏଥିଯୋଗୁ ପାଖାପାଖି ୩,୦୦୦ରୁ ୩,୫୦୦ କୋଟି ଟଙ୍କାର କ୍ଷତି ହେଉଛି । ଅନୁମାନ କରାଯାଉଛି କି ଆନ୍ଦୋଳନ ଫଳରେ ୩୦ରୁ ୪୦ ପ୍ରତିଶତ ଗାଡି ଦିଲ୍ଲୀ ଓ ଏହାର ଆଖାପାଖି ସହରରେ ପହଞ୍ଚିପାରୁ ନାହିଁ । ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ବିଶେଷ ଭାବେ କୃଷି, ଉଦ୍ୟାନ କୃଷି, ବିଭିନ୍ନ ପ୍ରକାର ଶିଳ୍ପ ଯେମିତିକି ଫୁଡ ପ୍ରୋସେସିଂ, କଟନ ଟେକ୍ସଟାଇଲ, ଅଟୋମୋବାଇଲ, ଫାର୍ମ, ମେଶିନାରୀ, ଆଇଟି ଆଦି ସେମାନଙ୍କର ଲାଇଫ ଲାଇନ ବୋଲି କୁହାଯାଏ ଏହା ଏକ ପ୍ରକାର ବନ୍ଦ ହୋଇ ଯାଇଛି କହିଲେ ଚଳେ । ତେଣୁ ଏହାଦ୍ୱାରା ପ୍ରତିଦିନ ହଜାର ହଜାର କୋଟି ଟଙ୍କା କ୍ଷତି ହେଉଛି ବୋଲି ଅନୁମାନ କରାଯାଇଛି ।

Share