ଚାଷୀଙ୍କ ରେଳରୋକୋ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ: ଚାରିଆଡ଼େ ଘେରିଛନ୍ତି ପୋଲିସ-ଆରପିଏଫ

ବରଗଡ଼,୧୦।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇ ପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସକାଳ ୯ଟାରୁ ବରଗଡ଼ ରୋଡ ରେଳ ଷ୍ଟେସନରେ ରେଲରୋକୋ କରିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଭେଡେନ ବ୍ଲକ ଶାଖା ନିଷ୍ପତ୍ତି ନେଇଥିଲା। କିନ୍ତୁ ଚାଷୀଙ୍କ ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ପୋଲିସ ଓ ଆରପିଏଫ ପୂରାଦମରେ ଲାଗି ପଡିଛନ୍ତି। ପୋଲିସ ରାତିଅଧିଆ କିଛି ଚାଷୀନେତାଙ୍କୁ ଉଠାଇ ନେଇଥିବାବେଳେ ରେଳ ଷ୍ଟେସନକୁ ଆସୁଥିବା ଚାଷୀଙ୍କ ଗାଡିକୁ ପୋଲିସ ଅଧବାଟରେ ଅଟକାଇ ରଖିଥିବା ସୂଚନା ମିଳିଛି।

ରେଳଷ୍ଟେଶନକୁ ପୋଲିସ ଏବଂ ଆରପିଏଫ ଚାରିଆଡୁ ଘେରି ରହିଛନ୍ତି। ସେହିପରି ଚାଷୀମାନଙ୍କ ଗତିବିଧି ଉପରେ ମଧ୍ୟ ପୋଲିସ ନଜର ରଖିଛି। ଏଭଳି ସ୍ଥିତିରେ ଚାଷୀମାନେ ପୂର୍ବାହ୍ନ ସାେ ଢ୧୦ଟା ସୁଦ୍ଧା ବରଗଡ଼ ରୋଡ ରେଳ ଷ୍ଟେଶନକୁ ପହଞ୍ଚି ପାରି ନ ଥିବାବେଳେ ଚାଷୀମାନେ ଜିଲାର ଅନ୍ୟ ରେଳ ଷ୍ଟେଶନ ମୁହାଁ ମଧ୍ୟ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ବରଗଡ଼ ରେଳ ଷ୍ଟେସନକୁ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

ପ୍ରକାଶ ଯେ, ଗତ ୨୦୨୩ରେ ମିଗଜୋମ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସହାୟତା ମିଳିପାରି ନାହିଁ। ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସଂଯୁକ୍ତ କୃଷକ ସଂଗଠନ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପ୍ରଶାସନ, ବୀମା କମ୍ପାନୀ ଏବଂ ଚାଷୀ ସଂଗଠନ ମଧ୍ୟରେ ତୁହାକୁ ତୁହା ବୈଠକ ବସିଛି। ହେଲେ ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରି ନାହିଁ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ସକାଳ ୯ଟାରୁ ବରଗଡ଼ ରୋଡ ରେଳ ଷ୍ଟେସନରେ ସଂଯୁକ୍ତ କୃଷକ ସଂଗଠନ ରେଲରୋକୋ ଆନ୍ଦୋଳନ କରିାକୁ ନିଷ୍ପତ୍ତି ନେଇଛି। ତେବେ ଆନ୍ଦୋଳନ ପୂର୍ବରୁ ବରଗଡ ରୋଡ ରେଳ ଷ୍ଟେଶନ ପୋଲିସ ଛାଉଣୀରେ ପରିଣତ ହୋଇଛି।

ସୂଚନା ମୁତାବକ ଗତ ୨୦୨୩ ମସିହା ଡିସେମ୍ବର ମାସରେ ମିଗଜୋମ ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲକ୍ଷତି ହୋଇଥିଲା। ତେବେ ଅଧିକାଂଶ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ ସବସିଡି ମିଳିପାରି ନାହିଁ। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri