Categories: ଜାତୀୟ

ରେଳ ରୋକ: ଟ୍ରାକ୍ ଉପରେ ବସିଲେ କୃଷକ, ଦିଲ୍ଲୀରୁ ବିହାର ପର୍ଯ୍ୟନ୍ତ ପଡିଲା ପ୍ରଭାବ

ନୂଆଦିଲ୍ଲୀ,୧୮ ।୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗୁରୁବାର କୃଷକ ସଙ୍ଗଠନ ପକ୍ଷରୁ ଦିନ ୧୨ଟାରୁ ରେଳ ରୋକ ଆରମ୍ଭ କରାଯାଇଛି । ଏହା ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ସହ କୃଷି ଆଇନକୁ ନେଇ କୃଷକ ନେତା କଥା ହୋଇଥିବା ବେଳେ ଏହାର ସମାଧାନ ବାହାରୁ ନ ଥିବାରୁ ବେଳକୁ ବେଳ ଆନ୍ଦୋଳନ ଭିନ୍ନ ରୂପ ନେବାରେ ଲାଗିଛିି । ଗୁରୁବାର କୃଷକଙ୍କ ପକ୍ଷରୁ ହୋଇଥିବା ରେଳ ରୋକରେ କୃଷକମାନେ ରେଳ ଧାରଣା ଉପରକୁ ଚାଲି ଆସିଛନ୍ତି । ଫଳରେ ଦିଲ୍ଲୀଠାରୁ ବିହାର ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଲୀର ୪ ମେଟ୍ରୋ ଷ୍ଟେଶନକୁ ବନ୍ଦ କରି ଦିଆଯାଇଛି । ଏହାସହ ନଂଗଲୋଇ ରେଲୱେ ଷ୍ଟେଶନରେ ବହୁମାତ୍ରାରେ ପୋଲିସ କର୍ମୀ ନିୟୋଜିତ କରାଯାଇଛି । ଅଧିକାଂଶ ସ୍ଥାନରେ ଟ୍ରେନସବୁ ଅଟକି ରହିଛି । ତେବେ ଏହି ଆନ୍ଦୋଳନ ଶାନ୍ତିୂପୂର୍ଣ୍ଣ ହେବ ବୋଲି କୃଷକ ସଙ୍ଗଠନର ନେତା ସୂଚନା ଦେଇଛନ୍ତି ।

Share