ରେଳରୋକୋ ପାଇଁ ଷ୍ଟେଶନ ଆସିପାରିଲେନି ଚାଷୀ, ଶେଷରେ ରାସ୍ତାରେ ବସିଲେ

ବରଗଡ଼,୧୦ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇପଡ଼ିଛି। ଏଠାରେ ଅନେକ କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳୁ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସୋମବାର ସକାଳ ୯ଟାରୁ ବରଗଡ଼ ରୋଡ୍‌ ରେଳ ଷ୍ଟେଶନରେ ରେଲରୋକୋ କରିବା ପାଇଁ ସଂଯୁକ୍ତ କୃଷକ ସଂଗଠନ ଭେଡେନ ବ୍ଲକ ଶାଖା ନିଷ୍ପତ୍ତି ନେଇଥିଲା। କିନ୍ତୁ ପୋଲିସ ରାତିଅଧିଆ କିଛି ଚାଷୀନେତାଙ୍କୁ ଉଠାଇ ନେଇଥିବାବେଳେ ରେଳ ଷ୍ଟେଶନକୁ ଆସୁଥିବା ଚାଷୀଙ୍କ ଗାଡ଼ିକୁ ପୋଲିସ ଅଧବାଟରେ ଅଟକାଇ ରଖିଥିଲା। ରେଳଷ୍ଟେଶନକୁ ପୋଲିସ ଏବଂ ଆରପିଏଫ୍‌ ଚାରିଆଡୁ ଘେରି ରହିଛନ୍ତି। ସେହିପରି ଚାଷୀମାନଙ୍କ ଗତିବିଧି ଉପରେ ମଧ୍ୟ ପୋଲିସ ନଜର ରଖିଛି। ଏଭଳି ସ୍ଥିତିରେ ଚାଷୀମାନେ ବରଗଡ଼-ଭେଡେନ ରାସ୍ତାକୁ ବରମକେଲା ଛକରେ ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାଶର୍‌ବରେ ଗାଡ଼ିମୋଟର ଅଟକି ରହିଛି। ଯାତାୟାତ ଠପ ପଡିଛି।

ପ୍ରକାଶ ଥାଉକି, ଗତ ୨୦୨୩ରେ ମିଗ୍‌ଜୋମ ବାତ୍ୟା ସମୟରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏପର୍ଯ୍ୟନ୍ତ ବୀମା କ୍ଷତିପୂରଣ କିମ୍ବା ଇନପୁଟ୍‌ ସହାୟତା ମିଳିପାରି ନାହିଁ। ଅନ୍ୟପଟେ ବିଭିନ୍ନ ଚାଷୀଙ୍କୁ ନାନା ଆଳ ଦେଖାଇ ସେଥିରୁ ବଞ୍ଚିତ କରାଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏ ନେଇ ସଂଯୁକ୍ତ କୃଷକ ସଂଗଠନ ବାରମ୍ବାର ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛି। ପ୍ରଶାସନ, ବୀମା କମ୍ପାନୀ ଏବଂ ଚାଷୀ ସଂଗଠନ ମଧ୍ୟରେ ତୁହାକୁ ତୁହା ବୈଠକ ବସିଛି। ହେଲେ ବୈଠକରେ କୌଣସି ନିର୍ଯ୍ୟାସ ବାହାରି ପାରିନାହିଁ। ଫଳରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସୋମବାର ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ

ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image