ପାଟଣା,୭।୨(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ସମବାୟ ସମିତି ଅଧୀନରେ ଥିବା ଜମୁନାପଶି ଶାଖା ସମବାୟ ସମିତି ଗୋଦାମ ଗୃହରେ ସୋମବାର ଅପରାହ୍ନରେ ଜଣେ ଯୁବ ଚାଷୀ ନିଆଁ ଲଗାଇଦେଛନ୍ତି। ତାଙ୍କ ଧାନକୁ ସେ ସରକାରୀ ଦରରେ ମଣ୍ଡିରେ ବିକ୍ରି କରି ନପାରିବାରୁ ମାନସିକ ଭାରସାମ୍ୟ ହରାଇ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ସୂଚନା ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଶ୍ରମିକ ଓ ୪ଟି ଟ୍ରକ୍ର ଡ୍ରାଇଭର ନିଆଁକୁ ଆୟତ୍ତ କରିଥିବା ରାଜନଗର ଲ୍ୟାମ୍ପସ ଏମ୍ଡି ଜିତେନ୍ଦ୍ର ସିଂ କହିଛନ୍ତି। ଗୋଦାମ ଘରେ ୧ କୋଟି ଟଙ୍କାରୁ ଊଦ୍ଧର୍ବ ମୂଲ୍ୟର ଧାନ ଥିଲା । ନିଆଁ ଲଗାଇଥିବା ଯୁବକ ଜଣକ ହେଉଛନ୍ତି ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମର ବୁବୁନ ମହାନ୍ତ । ବୁବୁନଙ୍କୁ ତୁରୁମୁଙ୍ଗା ପୋଲିସ ଥାନାରେ ଅଟକ ରଖିଛି। ମିଳିଥିବା ସୂଚନା ଅନୁଯାୟୀ ୧୦/୧୨ ଜଣ ମହିଳା ଓ ପୁରୁଷ ଧାନ ଗୋଦାମ ନିକଟକୁ ନାରା ଦେଇ ଆସିଥିବା ଲୋକେ କହିଛନ୍ତି।