ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ପଦ୍ମପୁର,୧୦ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପ-ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର ଚାଷୀମାନେ ଧାରଣା ଦେଇଛନ୍ତି। ଫସଲ ବୀମା ରାଶି ନ ମିଳିବା ପର୍ଯ୍ୟନ୍ତ କୌଣସି ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଦାଖଲ କରି ଦିଆଯିବ ନାହିଁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ଧାରଣାସ୍ଥଳକୁ ପଦ୍ମପୁର ଆଇଆଇସି ରାଜେନ୍ଦ୍ର ସିଆଲ, ଏସ୍‌ଡିପିଓ ବିଭୂତି ଭୋଇଙ୍କ ସମେତ ତହସିଲଦାର ତାପସ ବିଶି ଆସି ଚାଷୀଙ୍କ ସହିତ ଆଲୋଚନା କରିବା ସହିତ ନିର୍ବାଚନ ମନୋନୟନ ପତ୍ର ଦାଖଲ ଓ ନିର୍ବାଚନ କାର୍ଯ୍ୟକ୍ରମ ପାଇଁ ଅନ୍ୟସ୍ଥାନରେ ଧାରଣା ଦେବାକୁ ଅନୁରୋଧ କରିଥିଲେ ମାତ୍ର ଚାଷୀମାନେ ତାଙ୍କ ଜିଦ୍‌ରେ ଅଟଳ ରହି ଉପଜିଲାପାଳଙ୍କ ଫାଟକକୁ ଅବରୋଧ କରି ଧାରଣା ଜାରି ରଖିଛନ୍ତି।

Share