Categories: ଜାତୀୟ

କୃଷକ କରିବେ ସାଇକେଲ ରାଲି: କନ୍ୟାକୁମାରୀରୁ କଶ୍ମୀର

ନୂଆଦିଲ୍ଲୀ,୨୭।୨: କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ଦେଶର ପ୍ରତି ଲୋକଙ୍କୁ ଆନ୍ଦୋଳନ ସମ୍ପର୍କରେ ଅବଗତ କରାଇବା ପାଇଁ କୃଷକମାନଙ୍କ ପକ୍ଷରୁ କନ୍ୟାକୁମାରୀଠାରୁ କଶ୍ମୀର ପର୍ଯ୍ୟନ୍ତ ଦୀର୍ଘ ୮,୩୦୮ କିଲୋମିଟରର ସାଇକେଲ ରାଲି କରାଯିବା ଲାଗି ଯୋଜନା ହୋଇଛି। ଦେଶର ୨୦ଟି ରାଜ୍ୟରେ ଏହି ସାଇକେଲ ରାଲି କରାଯିବ। ୧୨ ମାର୍ଚ୍ଚରେ ସାଇକେଲ ରାଲି ଆରମ୍ଭ ହେବ ବୋଲି କୃଷକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି।

Share