Categories: ଜାତୀୟ

କୃଷକ ସଂଘର ବିଶ୍ୱାସଘାତ ଦିବସ…

ନୂଆଦିଲ୍ଲ, ୩୧।୧ : କୃଷକମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ନ ହୋଇ ଥିବାରୁ ଭାରତୀୟ କୃଷକ ୟୁନିଅନ ପକ୍ଷରୁ ସୋମବାର ବିଶ୍ୱାସଘାତ ଦିବସ ଭାବେ ପାଳନ କରାଯିବ। ଡିସେମ୍ବର ୯ ରେ ସରକାର ଦେଇଥିବା ପ୍ରତିଶ୍ରୁତି ପତ୍ର ଆଧାରରେ ଦିଲ୍ଲୀର ସୀମାରେ ଏକ ବର୍ଷ ଧରି ଚାଲିଥିବା ବିକ୍ଷୋଭକୁ ବନ୍ଦ କରାଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ପୂରଣ ହୋଇ ନାହିଁ।

କୃଷକ ନେତା ରାକେଶ ଟିକାଏତ୍‌ କହିଛନ୍ତି ଯେ ପ୍ରତିଶ୍ରୁତି ପ୍ରବଞ୍ଚନା ପାଲଟିଛି। ତେଣୁ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ବିଶ୍ୱାସଘାତ ଦିବସ ପାଳନ କରାଯିବ। ଦେଶର ୫୦୦ ଜିଲାରେ ଏହି ଦିବସ ପାଳିତ ହେବ।
ଗୋଟିଏ ପଟେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବଜେଟ ଅଧିବେଶନର ପୂର୍ବରୁ ଭାରତୀୟ କୃଷକ ସଂଗଠନର ଏଭଳି ପ୍ରଦର୍ଶନ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ମଧ୍ୟରେ କୃଷକମାନଙ୍କୁ ଏମଏସପି ପାଇଁ କମିଟି ଗଠନ। ଆନ୍ଦୋଳନ ସମୟରେ ଚାଷୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ସରକାର ପ୍ରତିଶୃତି ଦେଇଥିଲେ। ଭାରତ ସରକାରଙ୍କ ସମସ୍ତ ବିଭାଗ, ଏଜେନ୍ସି ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆନ୍ଦୋଳନକାରୀଙ୍କ ବିରୋଧ ଦାଖଲ ହୋଇଥିବା ମାମଲା ପ୍ରତ୍ୟାହାର କରିବାକୁ ସରକାରଙ୍କ ସହମତି।
ବିଦ୍ୟୁତ୍‌ ବିଲରେ ଚାଷୀଙ୍କୁ ପ୍ରଭାବିତ କରୁଥିବା ବିଲ ଉପରେ ୟୁନାଇଟେଡ କିଷାନ ମୋର୍ଚ୍ଚା ସହିତ ଆଲୋଚନା ପରେ ହିଁ ଏହି ବିଲ ପାର୍ଲାମେଣ୍ଟରେ ଉପସ୍ଥାପିତ ହେବ। ମାତ୍ର ଏସବୁ ପ୍ରତିଶ୍ରୁତି କେବଳ ପାଣିର ଗାର ହୋଇ ରହିଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

Share