Categories: ଜାତୀୟ

ଗାଜିପୁର ରାସ୍ତାରୁ ଉଠିଲେ ଚାଷୀ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଗତ ୧୧ ମାସ ହେଲା ଦିଲ୍ଲୀ ଗାଜିପୁର ସୀମାରେ ସର୍ଭିସ୍‌ ରୋଡ୍‌କୁ ଅବରୋଧ କରି ରଖିଥିବା ଚାଷୀ ଗୁରୁବାର ସେଠାରୁ ପ୍ରତିବନ୍ଧକ ହଟାଇଛନ୍ତି। ଯାନବାହନ ଚଳାଚଳ ସୁଗମ କରିବା ଲାଗି ଚାଷୀ ଉକ୍ତ ରୋଡ୍‌ରେ ଲଗାଇଥିବା ଟେଣ୍ଟ ହଟାଇବା ଆରମ୍ଭ କରିଛନ୍ତି।

ତେବେ ସେମାନେ କହିଛନ୍ତି, ଆମେ ନୁହେଁ ବରଂ ପୋଲିସ ରାସ୍ତାକୁ ଅବରୋଧ କରି ରଖିଥିଲା। ସୁପ୍ରିମକୋର୍ଟକୁ ସେମାନଙ୍କ ବିଷୟରେ ଭୁଲ୍‌ ତଥ୍ୟ ଦିଆଯାଉଛି। ଚାଷୀମାନେ ଦିଲ୍ଲୀ ଯିବାକୁ ଚାହୁଁଥିଲେ, ରାସ୍ତା ଅବରୋଧ ନୁହେଁ। ସେମାନଙ୍କୁ ସହର ଭିତରେ ପ୍ରବେଶ ଅନୁମତି ନ ମିଳିବାରୁ ସେମାନେ ସୀମାରେ ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଭାରତୀୟ କିଷାନ ୟୁନିୟନ (ବିକେୟୁ) ପକ୍ଷରୁ କୁହାଯାଇଛି।

Share