Categories: ଜାତୀୟ

ୟୁପି, ଉତ୍ତରାଖଣ୍ଡ ନିର୍ବାଚନରେ ପ୍ରଚାର କରିବେ ଚାଷୀ

ଲକ୍ଷ୍ନୌ,୬।୯: କୃଷି ଆଇନ ବିରୋଧରେ ପ୍ରାୟ ବର୍ଷେ ଧରି ଆନ୍ଦୋଳନରତ କୃଷକ ସଙ୍ଗଠନଗୁଡ଼ିକ ରବିବାର ଏହାର ପ୍ରତ୍ୟାହାର ଦାବି ଦୋହରାଇଛନ୍ତି। ଉତ୍ତରପ୍ରଦେଶର ମୁଜାଫରନଗରରେ ୧୫ ରାଜ୍ୟର ପ୍ରାୟ ୩୦୦ କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ବ୍ୟାନରରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏଥିସହ ନିଜ ଦାବି ପୂରଣ ଲାଗି କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସର୍ବସମ୍ମତି କ୍ରମେ ଆସନ୍ତା ୨୭ ତାରିଖରେ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି। ଆସନ୍ତା ବର୍ଷ ଫେବୃୟାରୀ-ମାର୍ଚ୍ଚରେ ୟୁପି ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଶାସକ ଭାଜପା ବିରୋଧରେ ପ୍ରଚାର କରିବେ ବୋଲି କହିଛନ୍ତି।

Share