ବର୍ଷା ଅପେକ୍ଷାରେ ଚାଷୀ, କେନାଲ ଶେଷମୁଣ୍ଡରେ ନାହିଁ ପାଣି

କେନ୍ଦ୍ରାପଡ଼ା,୧ା୭(ଜଗନ୍ନାଥ ଧଳ): ଅକ୍ଷୟ ତୃତୀୟାକୁ ଇତିମଧ୍ୟରେ ଦେଢ଼ ମାସ ବିତିଛି। କେନ୍ଦ୍ରାପଡ଼ା ଜିଲାର ଚାଷୀ କ୍ଷେତରେ ହଳ କରି ବର୍ଷାକୁ ଅପେକ୍ଷା କରିଛନ୍ତି। ଝିପିଝିପି ବର୍ଷା ହେଉଥିବା ବେଳେ ଅସରେ ଦୁଇ ଅସରା ଭଲ ବର୍ଷା ହେଲେ ଚାଷ ଜମିରେ ପାଣି ହୁଅନ୍ତା ବୋଲି ଚାଷୀ କହିଛନ୍ତି। କେନାଲ ଜଳସେଚନ ବ୍ୟବସ୍ଥା ଏଠାରେ ଏକ ପ୍ରକାର ବନ୍ଦ ହୋଇଯାଇଛି। କାରଣ କେନାଲ ଠିକ୍‌ ଭାବେ ଖୋଳା ଓ ସଫେଇ ହେଉ ନ ଥିବାରୁ ତଳ ମୁଣ୍ଡ ଚାଷ ଜମିରେ ପାଣି ପହଞ୍ଚତ୍ ପାରୁନାହିଁ। ଏଥିଯୋଗୁ ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ଜଳସେଚିତ ଅଞ୍ଚଳ ଭାବେ ଯାହା କାଗଜପତ୍ରରେ ଦେଖାଯାଉଛି, ତାହା ବାସ୍ତବିକ ସତ୍ୟ ନୁହେଁ ବୋଲି ରାଜସ୍ବ ବୈଠକରେ ବହୁବାର ଆଲୋଚନା ହେଉଛି। ଚିହ୍ନଟ ଜମିର ଜଳ କର ମିଳୁ ନ ଥିଲେ ମଧ୍ୟ ପ୍ରଶାସନିକସ୍ତରରେ ଏଥିପାଇଁ ସମନ୍ବୟ କମିଟି ବସିବା ସମ୍ଭବ ହେଉନାହିଁ। କୃଷି ଅର୍ଥନୀତି ଭିତ୍ତିକ ଏହି ଜିଲାର ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦାବି ହୋଇଛି।
ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କହିଛନ୍ତି, ଏ ନେଇ ବିଭିନ୍ନ ବିଭାଗକୁ ସୂଚନା ଅଧିକାର ଆଇନରେ ତଥ୍ୟ ମଗା ଯାଇଥିଲା। ରାଜସ୍ବ ବିଭାଗ ତଥ୍ୟ ଅନୁଯାୟୀ, ଜିଲାର ମୋଟ ୮୫,୯୨୦ ଏକର ଜମି ପାଇଁ ଜଳ କର ଧାର୍ଯ୍ୟ ହୋଇଛି। ଅପରପକ୍ଷରେ କୃଷି, ଜଳ ସମ୍ପଦ ଓ ଉଠା ଜଳସେଚନ ବିଭାଗ ତଥ୍ୟ ଅନୁଯାୟୀ, କେନାଲ ମାଧ୍ୟମରେ ୪୬,୭୨୭ ହେକ୍ଟର ଅର୍ଥାତ ୧,୧୫,୪୪୫ ଏକର ଜମିକୁ ଜଳ ଯୋଗାଣ ହେଉଛି। ଯାହା ରାଜସ୍ବ ବିଭାଗ ତଥ୍ୟଠାରୁ ୨୯,୫୪୫ ଏକର ଅଧିକ। ଜିଲାର ଆଳି, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ କେନାଲ ନାହିଁ। ଡେରାବିଶ ତହସିଲ ଅଞ୍ଚଳରେ କୃଷି ବିଭାଗ ୨୬,୬୯୦ ଏକର ଜମିରେ ପାଣି ମାଡୁଥିବା ଦର୍ଶାଯାଇଥିବା ବେଳେ ରାଜସ୍ବ ବିଭାଗ ପକ୍ଷରୁ ୨୪,୨୩୧ ଏକର ଜମି ପାଇଁ କର ଧାର୍ଯ୍ୟ ହୋଇଛି। ସେହିପରି ଗରଦପୁର ତହସିଲ ଅଞ୍ଚଳରେ କୃଷି ବିଭାଗର ୨,୫୯୨ ଏକରରୁ ରାଜସ୍ବ ବିଭାଗ ୨,୦୯୪ ଏକର, କେନ୍ଦ୍ରାପଡ଼ାରେ ୩୩,୪୮୫ ଏକରରୁ ୩୦,୦୮୪ ଏକର, ମାର୍ଶାଘାଇରେ ୧୧,୦୩୦ ଏକରରୁ ୮,୦୫୦ ଏକର, ମହାକାଳପଡ଼ାରେ ୭,୪୩୦ ଏକରରୁ ୫,୪୧୯ ଏକର ଓ ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ୨୭,୩୬୨ ଏକରରୁ ୧୬,୦୮୭ ଏକର ଜମିରେ ଜଳକର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଆଇନଜୀବୀ ସରୋଜରାଜ ସିଂହ କହିଛନ୍ତି, ଜିଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ବ, ଜଳସମ୍ପଦ, ଉଠାଜଳସେଚନ, କୃଷି ବିଭାଗୀୟ ଅଧିକାରୀଙ୍କର ଏକ ସମନ୍ବୟ କମିଟି ବସିବା ପାଇଁ ନିୟମ ଅଛି। କମିଟି ବୈଠକରେ ଜଳସେଚିତ ଜମିର ଆକଳନ ସହ ଅର୍ଥକରୀ ଫସଲ ଉପତ୍ାଦନ ସମ୍ପର୍କରେ ଯୋଜନା ପ୍ରସ୍ତୁତ ହୋଇଥାଏ। ଫଳରେ ଜିଲାର କୃଷିନୀତି ସଫଳ ହେବା ସହ ରାଜସ୍ବ ଆଦାୟ ପଥ ସୁଗମ ହୁଏ। ତେବେ ୨୭ବର୍ଷ ମଧ୍ୟରେ ଏପରି ସମନ୍ବୟ ବୈଠକ ବସିଥିବା ଜଣାପଡ଼ିନାହିଁ। ଫଳରେ ରାଜସ୍ବ ଆଦାୟ ବାଧାପ୍ରାପ୍ତ ସହ ପ୍ରକୃତ ଜଳସେଚନ ଜମିର ଆକଳନ ହୋଇପାରୁନାହିଁ। ଏହା ବ୍ୟତୀତ ପ୍ରତିବର୍ଷ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳସେଚିତ ଚାଷ ଜମିକୁ ଘରବାରି କିସମକୁ ପରିବର୍ତ୍ତନ କରାଯାଉଛି। ଏହି କିସମ ପରିବର୍ତ୍ତନ ଜିଲା ପାଇଁ ଏକ ସମସ୍ୟା ଆଣିଛି। ପ୍ରାୟ ହଜାରରୁ ଅଧିକ ଚାଷ ଜମିର କିସମ ପରିବର୍ତ୍ତନ ପାଇଁ ତହସିଲଗୁଡ଼ିକରେ ଆବେଦନ ପତ୍ର ପଡ଼ି ରହିଛି। ବୁଦ୍ଧିଜୀବୀ ଚିତ୍ତରଞ୍ଜନ ଦାସ କହିଛନ୍ତି, ପୂର୍ବର ବିଜେଡି ଶାସନାଧୀନ ରାଜ୍ୟ ସରକାର ପ୍ରତି ବ୍ଲକ ଅଞ୍ଚଳର ଚାଷ ଜମି ମଧ୍ୟରୁ ଅନୂ୍ୟନ ୩୫ ପ୍ରତିଶତକୁ ଜଳସେଚନ ପାଇଁ ଘୋଷଣା କରିଥିଲେ। ତେବେ ଜିଲାରେ ୨୫ ବର୍ଷ ମଧ୍ୟରେ ଗୋଟିଏ ଇଞ୍ଚ କେନାଲ ଖୋଳା ଯାଇନାହିଁ। ଜିଲାର ବହୁ କେନାଲ ପୋତି ହୋଇପଡ଼ିବାରୁ ଖେଳ ପଡ଼ିଆରେ ପରିଣତ ହୋଇଛି। ଉନ୍ନତୀକରଣ ନାମରେ ଅର୍ଥ ବ୍ୟୟ ହେଉଥିଲେ ମଧ୍ୟ କେନାଲର ଶେଷ ମୁଣ୍ଡରେ ପାଣି ପହଞ୍ଚତ୍ ପାରୁନାହିଁ। ଏପରିକି କେନାଲ ନିକଟସ୍ଥ ଜମି ଜଳସେଚିତ ନ ହେବାରୁ ଜଳକର ନ ଦେବା ପାଇଁ ଚାଷୀ ଆନ୍ଦୋଳନ ହେଉଛି। ତୁରନ୍ତ ଏଥିପ୍ରତି ଜିଲାପାଳ, ଆରଡିସି ଓ ଜଳସମ୍ପଦ ବିଭାଗ ନଜର ଦେବା ଆବଶ୍ୟକ। ଏ ସମ୍ପର୍କରେ ଏଡିଏମ୍‌ ପୀତାମ୍ବର ସାମଲଙ୍କୁ ପଚାରିବାରେ ନୂତନ କେନାଲ ଖନନ ସମୟରେ ରାଜସ୍ବ ବିଭାଗ ସହିତ ଜଳସମ୍ପଦ ବିଭାଗ ଓ ଅନ୍ୟ ବିଭାଗର ସମନ୍ବୟ କମିଟି ବସିଥାଏ। ଏଥିରେ ଜଳସେଚନ ଯୋଗ୍ୟ କ୍ଷେତ୍ରଫଳ ହିସାବକୁ ନିଆଯାଇଥାଏ। ଜିଲାରେ ଜଳକର ଆଦାୟ ହେଉଥିବା ଜମିର ପୁନଃ ସମୀକ୍ଷା ହେଲେ ରାଜସ୍ବ ବଢ଼ିବା ସହିତ କୃଷି ନୀତି ସଫଳ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର...

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

ଝାଡୁ ଧରି ବଡ଼ଦାଣ୍ଡ ସଫା କଲେ ଭାଜପା ଏମ୍‌ପି: କହିଲେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗକୁ…

ପୁରୀ,୬।୭: ରବିବାର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ତିନି ରଥ ପ୍ରସ୍ତୁତ। ରଥଯାତ୍ରାକୁ ଦୃଷ୍ଟିରେ ରଖି ଶନିବାର ବଡଦାଣ୍ଡରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ...

ଶରଧାବାଲି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି: ଝାଡୁ କରିବାର କାରଣ ବଖାଣିଲେ…

ପୁରୀ,୬।୭: ଆଉ ମାତ୍ର ଦିନକ ପରେ ରଥଯାତ୍ରା। ଏଥିପାଇଁ ସବୁକିଛି ପ୍ରସ୍ତୁତ ସରିଛି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶରଧାବାଲିରେ ପହଞ୍ଚି ସଫେଇ କରିଛନ୍ତି।...

ଧକ୍କାଦେଲା ଆମ୍ବୁଲାନ୍ସ: ବାପାଙ୍କ ଆଗରେ ଚାଲିଗଲା ପୁଅ ଜୀବନ

ଝରିଗାଁ,୬।୭: ନବରଙ୍ଗପୁରର ଝରିଗାଁରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ୧୦୮ ଆମ୍ବୁଲାନ୍ସ ଧକ୍କାରେ ୮ ବର୍ଷର ପୁଅର ମୃତ୍ୟୁ ଘଟିଥିବାବେଳେ ବାପା ଗୁରୁତର ଆହତ ହୋଇଛନ୍ତି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri