ରାସ୍ତା କାମରେ ବ୍ୟବହୃତ ହେଉଛି ଚାଷୀଙ୍କ ପାଣି

ଉମରକୋଟ, ୧୮।୧୨(ସ୍ବ.ପ୍ର.): ଚାଷ କାମ ପାଇଁ ଥିବା କେନାଲ ପାଣିକୁ ଠିକାଦାର ନେଇ ରାସ୍ତା ତିଆରି କାମରେ ବ୍ୟବହାର କରୁଛନ୍ତି। ଉମରକୋଟ ଭାସ୍କେଲ ଜଳସେଚନ ପ୍ରକଳ୍ପର ପାଣି ପୂର୍ତ୍ତ ବିଭାଗ ରାସ୍ତା କାମରେ ଲଗାଯାଉଛି। ଏହାକୁ ନେଇ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ମୋଟର ଲଗାଇ କେନାଲରୁ ପାଣି ନେବା ନିୟମ ବିରୋଧ ଅଟେ। ଏପରି କାମ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।
ଉମରକୋଟ ଦର୍ଗାଗୁଡ଼ା ଅଞ୍ଚଳରେ ଚାଷ କାମ ପାଇଁ ଭାସ୍କେଲ ଜଳଭଣ୍ଡାର ଜଳ କେନାଲ ମାଧ୍ୟମରେ ୧୧ ତାରିଖରୁ ପାଣି ଛଡ଼ାଯାଉଛି। କିନ୍ତୁ ପୂର୍ତ୍ତ ବିଭାଗ ପକ୍ଷରୁ ଚାଲିଥିବା ଉମରକୋଟ-ରାଇଘର ରାସ୍ତା କାମ ପାଇଁ ଦିନ ଦ୍ୱିପ୍ରହରରେ କେନାଲରୁ ଟ୍ୟାଙ୍କର ସାହାଯ୍ୟରେ ପାଣି ନିଆଯାଉଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଚାଷୀ ମୋଟର ଲଗାଇ ପାଣି ନେଲେ ଭାସ୍କେଲ୍‌ ବିଭାଗ ଉକ୍ତ ମୋଟରକୁ ଜବତ କରୁଥିଲେ। ତେବେ ରାସ୍ତା କାମ ପାଇଁ ଏଭଳି ପାଣି ଚାଲାଣକୁ କାହିଁକି ରୋକାଯାଉ ନାହିଁ ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ଏନେଇ ଉମରକୋଟ ପୂର୍ତ୍ତ ବିଭାଗ ଏସ୍‌ଡିଓ ସନ୍ତୋଷ ପାତ୍ରଙ୍କୁ ପଚାରିବାରୁ, ରାସ୍ତା କାମରେ ବ୍ୟବହାର ହେଉଥିବା ପାଣି କେଉଁଠାରୁ ଆସିବ ତାହା ଠିକାଦାର ନିଜେ ବୁଝିବେ। ଠିକାଦାର କେନାଲରୁ ପାଣି ନେଉଥିବା କଥାରେ ସତ୍ୟତା ଥିଲେ, ତାଙ୍କୁ ଏପରି କରିବାକୁ ବାରଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପଟେ ଭାସ୍କେଲ୍‌ ଜଳସେଚନ ବିଭାଗ ଏସ୍‌ଡିଓ ନିରଞ୍ଜନ ସାହୁଙ୍କ ସହ ଯୋଗାଯୋଗ କରିବାରୁ ଏପରି ଘଟଣା ମୋ’ ଦୃଷ୍ଟିକୁ ଆସିନାହିଁ ବୋଲି ସେ କହିଛନ୍ତି। ଯଦି ଠିକାଦାର ଏପରି କାର୍ଯ୍ୟ କରୁଥିବେ, ତାହାଲେ ଘଟଣା ସମ୍ପର୍କରେ ଉମରକୋଟ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବି। ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କାମରେ ବ୍ୟବହାର ହେଉଥିବା ସମସ୍ତ ଉପକରଣକୁ ଜବତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଡିସେମ୍ବର ୨୩ରୁ ଧାନ ସଂଗ୍ରହ

ଛତ୍ରପୁର,୧୮ା୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଜିଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବ୍ରହ୍ମପୁର...

ମକାମଣ୍ଡି ଉଦ୍‌ଘାଟିତ

ଉମରକୋଟ, ୧୮।୧୧(ସନ୍ତୋଷ ଶତପଥୀ): କେନ୍ଦ୍ର ସରକାରଙ୍କ ସଂସ୍ଥା ନାଫେଡ୍‌ ପକ୍ଷରୁ ନବରଙ୍ଗପୁର ଜିଲାର ଉମରକୋଟ, ଝରିଗାଁ ଓ ରାଇଘରରେ ମକାମଣ୍ଡି ଉଦ୍‌ଘାଟିତ ହୋଇଯାଇଛି। ଉମରକୋଟ ଆର୍‌ସିଏମ୍‌ଏସ୍‌...

ନିଆଁ ଲାଗି ଜଳିଗଲା ହୋଟେଲ

ଏମ୍‌ଭି ୭୯,୧୮ା୧୧(ଭିକି ବାରିକ): ମାଲକାନଗିରି ଜିଲା ଏମ୍‌ଭି ୭୯ ଶିବମନ୍ଦିର ସମ୍ମୁଖରେ ଥିବା ଏକ ହୋଟେଲରେ ସୋମବାର ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗି ଜଳି ଯାଇଛି।...

ଶିଶୁ ବିକାଶ ଯୋଜନା ବାଟବଣା: ଅଙ୍ଗନୱାଡ଼ି କର୍ମୀଙ୍କ ବାରଣ୍ଡାରେ ପାଠପଢ଼ା

କୋକସରା,୧୮ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକରେ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି। ଲଡୁଗାଁ ପଞ୍ଚାୟତ ପୀତବାସପୁରଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଗୃହ...

ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରର ୧୧ ଛାତ୍ରୀ ଅସୁସ୍ଥ

ଦେବଗଡ଼,୧୮।୧୧: ଦେବଗଡ଼ ଜିଲା ମୁଖ୍ୟ ହସ୍ପିଟାଲ ପରିସର ଏଏନ୍‌ଏମ୍‌ ଟ୍ରେନିଂ ସେଣ୍ଟରରେ ସୋମବାର ଏକ ଅଘଟଣ ଘଟିଛି। ୧୧ଜଣ ଏଏନ୍‌ଏମ୍‌ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ...

ଆଜି ବନ୍ଦ ରହିବ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ

କଟକ,୧୮।୧୧: ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ। ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଦେହାନ୍ତରେ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ...

ଖାନନଗର ମଶାଣିରେ ହେବ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ

କଟକ,୧୮।୧୧: କଟକ ଖାନନଗର ମଶାଣିରେ ବରିଷ୍ଠ ଭାଜପା ନେତା ସମୀର ଦେ’ଙ୍କ ଶେଷକୃତ୍ୟ କରାଯିବ। ଏ ନେଇ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି।...

ହାଇସ୍କୁଲ ଜାଗା ଜବରଦଖଲ ଘଟଣା: ଜବରଦଖଲକାରୀଙ୍କ ଘରେ ଚଢିଲା ବୁଲଡୋଜର

କୋକସରା,୧୮।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଶମ୍ଭୁଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାଗାକୁ ଗ୍ରାମର ଜଣେ ବ୍ୟକ୍ତି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri