
ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର ସଭାପତି ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ଅନୁଦାନରେ ଚାଷୀମାନଙ୍କ ଜୀବନ ବୀମା ପାଇଁ ପ୍ରଦାନ କରିଥିବା ସ୍ଥଳେ ଜିଲାର ପ୍ରଥମ ହିତାଧିକାରୀ ପ୍ରିୟଦର୍ଶିନୀ ସାହୁ, ଗ୍ରାମ – ତାଳକୁଣ୍ଡି ଓ ଦୁଧିଆନାଳି ସୋସାଇଟି, ରିଆମାଳ ବ୍ଲକକୁ ଦୁଇଲକ୍ଷ ଟଙ୍କା ତାଙ୍କ ସ୍ବାମୀ ସ୍ବର୍ଗତଃ ମନୋଜ କୁମାର ସାହୁଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଯୋଗୁ ଉକ୍ତ ଦୁଇଲକ୍ଷ ଟଙ୍କାର ଚେକ ହିନ୍ଦୁ ନବବର୍ଷ ତଥା ବସନ୍ତିକ ନବରାତ୍ରିର ପ୍ରଥମ ଦିନରେ ପ୍ରଦାନ କରାଯାଇଛି।
ଏହି ସମାରୋହ ପ୍ରାରମ୍ଭରେ ଗୋପୂଜନ ତଥା ଭୂମି ପୂଜନ ସହ ସମାରୋହ ପ୍ରାରମ୍ଭ କରାଯାଇଥିଲା।
କାର୍ଯ୍ୟକ୍ରମ ମାଧ୍ୟମରେ ମୁଖ୍ୟ ଅତିଥି ଜିଲାର ରାଷ୍ଟ୍ରୀୟ ସୟଂସେବକ ସଂଘର ସଂଘଚାଳକ କ୍ଷୀରସିନ୍ଧୁ ଭୋଇଙ୍କ ଦାରା ହିତାଧିକାରୀ ପ୍ରିୟଦର୍ଶିନୀ ସାହୁଙ୍କୁ ପ୍ରଦାନ କରାଯାଇଥିଲା। ଉକ୍ତ ସମାରୋହରେ ଦେବଗଡର ପ୍ରବାଦ ବିକାଶ ପୁରୁଷ ଭାବେ ପରିଚିତ ସ୍ବର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କ ତିରୋଧନରେ ତାଙ୍କର ଆମର ଆତ୍ମାର ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି ଦେବା ସହ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବତନ ଏମ୍ପି ତଥା କେନ୍ଦ୍ରମନ୍ତ୍ରୀ ଥିବାବେଳେ ଦେବଗଡ଼ ଜିଲ୍ଲାର ସାମୁହିକ ବିକାଶ ସକାଶେ ନୂତନ ଜାତୀୟ ରାଜପଥ ନିର୍ମାଣ ସହ କୃଷିବିଜ୍ଞାନ କେନ୍ଦ୍ରର ପ୍ରତିଷ୍ଠା ଓ ତତ୍କାଳୀନ ଜିଲା କୋର୍ଟବାର ଆସସିଏସନର ଗୃହ ନିର୍ମାଣ ସକାଶେ ପାଣ୍ଠି ପ୍ରଦାନ କରି ସାମୁହିକ ଉନ୍ନତିର ସ୍ମୃତିଚାରଣ କରାଯାଇଥିଲା। କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ଡ଼ା. ଦେବେନ୍ଦ୍ର ପ୍ରଧାନଙ୍କ ନାମରେ ଜିଲାର ତିନୋଟି ବ୍ଲକର ତିନିଜଣ ଉତ୍ସର୍ଗୀକୃତ ଚାଷୀମାନଙ୍କୁ ପ୍ରତ୍ୟେକ ବର୍ଷ ସମ୍ମାନିତ କରିବାପାଇଁ ସ୍ଥିର କରାଯାଇଥିଲା। ଟ୍ରଷ୍ଟ ତରଫରୁ ଚାଷୀମାନଙ୍କ ପାଇଁ କରାଯାଇଥିବା ଜୀବନବୀମାର ବୀମା କାର୍ଡ ପ୍ରାପ୍ୟ ନିମନ୍ତେ ଟ୍ରଷ୍ଟର ସଭାପତି ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ରଙ୍କ କଲେଜ ରୋଡସ୍ଥିତ କାର୍ଯ୍ୟାଳୟରେ ଯୋଗାଯୋଗ ପାଇଁ ସୂଚନା ଦିଆଯାଇଥିଲା।