ଅନ୍ୟର ଜମିରେ ଚାଷ କରୁଛନ୍ତି କି? ଜାଣନ୍ତୁ କ’ଣ ଏଭଳି ଭାଗଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା…

ନୂଆଦିଲ୍ଲୀ,୫।୭: ଦେଶର କୃଷକମାନଙ୍କୁ ଆର୍ଥିକ ଭାବେ ସହାୟତା କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା’ ଚାଲୁ ରହିଛି। ଏହି ଯୋଜନା ଅଧୀନରେ ସରକାର କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ଦେଉଛି। ଏହି ଟଙ୍କା ୩ କିସ୍ତିରେ ୨୦୦୦ ଲେଖାଏ କୃଷକଙ୍କ ଆକାଉଣ୍ଟରେ ପହଞ୍ଚୁଛି। ତେବେ ଏହି ଯୋଜନାରେ ଉପକୃତ ହେବାକୁ ହେଲେ କିଛିି ନିୟମ ରହିଛି। ଏମିତିରେ ଏହି ଯୋଜନାକୁ ନେଇ କୃଷକଙ୍କ ମନରେ ଅନେକ ପ୍ରଶ୍ନ ରହିଛି। ଏଥିରୁ ଗୋଟିଏ ପ୍ରଶ୍ନ ଯେ ଯେଉଁ କୃଷକ ଅନ୍ୟର ଜମିରେ ଚାଷ କରନ୍ତି ତେବେ ସେ ପିଏମ୍‌ କୃଷକ ଯୋଜନାର ଲାଭ ପାଇବେ କି ନାହିଁ?

ପିଏମ୍‌ କିଷାନ ଯୋଜନା ଅଧୀନରେ ସେହି କୃଷକଙ୍କୁ ଲାଭ ମିଳିଥାଏ, ଯାହାଙ୍କ ନାମରେ ଜମି ରହିଛି। କାରଣ ଆବେଦନ କରିବା ସମୟରେ ଜମିର ରେକର୍ଡ ଦେବା ଜରୁରୀ ହୋଇଥାଏ। ଭୂମି ରେକର୍ଡ ଅନୁଯାୟୀ କୃଷକଙ୍କ ଜମିର ମାଲିକାନା ସ୍ପଷ୍ଟ ହୋଇଥାଏ। ଏଣୁ ଏହି ପୋର୍ଟାଲରେ କୃଷକଙ୍କୁ ଇ-କଓ୍ବୋଇସି ଥିବା ଜୁରୀ, ବ୍ୟାଙ୍କ ଆକାଉଣ୍ଟ ଆଧାର ସହ ଲିଙ୍କ ହେବା ଜରୁରୀ। ଏହାଛଡ଼ା ବ୍ୟାଙ୍କ ଆକାଉଣ୍ଟ ଏନ୍‌ପିସିଆଇ ଲିଙ୍କ ହେବା ଜରୁରୀ।

୨୦୧୯ ଫେବୃୟାରୀ ୨୪ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର କୃଷକଙ୍କୁ ଆର୍ଥିକ ସହାୟତା ଲାଗି ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଆରମ୍ଭ କରିଥିଲେ। ସାରା ଦେଶରେ ୧୧ କୋଟିରୁ ଅଧିକ କୃଷକଙ୍କୁ ଏଯାବତ ୩.୦୪ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କା ମିଳି ସାରିଲାଣି।

ପିଏମ୍‌ କିଷାନ ଯୋଜନାରେ ରେଜିଷ୍ଟର୍ଡ କୃଷକଙ୍କ ପାଇଁ ଇକଓ୍ବୋଇସି ରହିଥିବା ଆବଶ୍ୟକ। ଓଟିପି ଆଧାରିତ ଇକଓ୍ବୋଇସି ପୋର୍ଟାଲ ଉପଲବ୍ଧ ରହିଛି ଅଥବା ବାୟୋମେଟ୍ରିକ୍‌ ଆଧାରିତ ଇକଓ୍ବୋଇସି ଲାଗି ନିକଟତମ ସିଏସ୍‌ସି କେନ୍ଦ୍ରର କୃଷକଙ୍କ ସହ ସମ୍ପର୍କ କରିପାରିବେ। ଯଦି ପିଏମ୍‌ କିଷାନର କିସ୍ତି ଟଙ୍କା ଆପଣଙ୍କୁ ମିଳିଥାଏ ତେବେ ଆପଣ pmkisan-ict@gov.in ସହ ସମ୍ପର୍କ କରିପାରିବେ।

Share