Categories: ଜାତୀୟ

ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ନୂଆଦିଲ୍ଲୀ,୧୧ା୭: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)କୁ ଆଇନଗତ ଗ୍ୟାରେଣ୍ଟି, ଋଣ ଛାଡ଼ ସମେତ ବିଭିନ୍ନ ପୁରୁଣା ଦାବି ନେଇ ଚାଷୀମାନେ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସ୍‌କେଏମ୍‌) ଗୁରୁବାର ଘୋଷଣା କରିଛି। ସେମାନେ ପ୍ରଧାନମନ୍ତ୍ରୀ ଏବଂ ଲୋକ ସଭାର ବିରୋଧୀ ଦଳ ନେତାଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ।

୨୦୨୦-୨୧ କୃଷକ ଆନ୍ଦୋଳନର ନେତୃତ୍ୱ ନେଇଥିଲା ଏସ୍‌କେଏମ୍‌। ଏହାର ସାଧାରଣ ପରିଷଦ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ପୁଣିଥରେ ଚାଷୀ ଆନ୍ଦୋଳନ ଆରମ୍ଭ ହେବ। ୨୦୨୧ ଡିସେମ୍ବର ୯ରେ କେନ୍ଦ୍ର ସରକାର କୃଷକ ସଂଗଠନ ସହ କରିଥିବା ଚୁକ୍ତିନାମା ସ୍ବାକ୍ଷର କରିବା ପାଇଁ ଦାବି କରାଯିବ। କୃଷକମାନଙ୍କ ଦାବିଗୁଡ଼ିକର ସଂଶୋଧିତ ଦସ୍ତାବିଜ ସମସ୍ତ ଏମ୍‌ପିଙ୍କୁ ଦିଆଯିବ। ଅଗଷ୍ଟ ୯ରେ ଏସ୍‌କେଏମ୍‌ ଭାରତ ଛାଡ଼ ଦିବସ ପାଳନ କରିବା ସହ କୃଷକମାନଙ୍କ ଦାବିକୁ ସମର୍ଥନ କରି ଦେଶବ୍ୟାପୀ ବିକ୍ଷୋଭ କରିବ ବୋଲି କହିଛି।

Share