ନୂଆଦିଲ୍ଲୀ,୧୦ା୧୧: ରାଜ୍ୟରେ ଚଳିତ ୨୦୨୪-୨୫ ରବିଋତୁ ପାଇଁ ୯ ହଜାର କୋଟି ଟଙ୍କାର ଋଣ ପ୍ରଦାନ କରିବାକୁ ଯୋଜନା ରଖାଯାଇଛି ବୋଲି ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ କହିଛନ୍ତି। ଗତବର୍ଷ ତୁଳନାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ଚାଷୀମାନେ ଅଧିକ ପରିମାଣର ଋଣ ନେଇଥିବାରୁ ଚଳିତ ବର୍ଷ ଏହାକୁ ୯ ହଜାର କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।
ଏ ଋଣ ପ୍ରଦାନ ଯୋଜନାରେ କୃଷକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ। ସେହିପରି ୧ ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଚାଷୀଙ୍କୁ ୨ ପ୍ରତିଶତ ସୁଧ ପରିଶୋଧ କରିବାକୁ ପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।