Categories: ଜାତୀୟ

ପଞ୍ଜାବ ସହ ଦିଲ୍ଲୀର ବାହାଘର: ନିମନ୍ତ୍ରଣ ପତ୍ର ଭାଇରାଲ

ନୂଆଦିଲ୍ଲୀ,୧୦ ।୧: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକମାନେ ଦିନକୁ ଦିନ ନୂଆ ନୂଆ ଉପାୟ ଚିନ୍ତା କରି ଭିନ୍ନ ଢଙ୍ଗରେ ପ୍ରତିବାଦ କରୁଥିବା ଦେଖାଯାଇଛି । ଏବେ ଶୁଣିବାକୁ ମିଳିଛି କି ୨୬ ଜାନୁୟାରୀରେ କୃଷକମାନେ ପଞ୍ଜାବ ସହ ଦିଲ୍‌ୀର ବାହାଘର କରାଇବେ । ଏଥିପାଇଁ ନିମନ୍ତ୍ରଣ ପତ୍ର ଛପା ସରିଥିବା ବେଳେ ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାସହ ପୁଣିଥରେ ୨୬ ଜାନୁୟାରୀରେ କୃଷକମାନେ ଟ୍ରାକ୍ଟର ରାଲି ବାହାର କରିବେ ବୋଲି ଜଣାପଡିଛି । ଆଉ ଏହି ଅବସରରେ ସୋମନେ ପଞ୍ଜାବ ସହ ଦିଲ୍ଲୀର ବାହାଘର କରିବେ ବୋଲି କହିଛନ୍ତି । ଏଥିରେ ବରର ନାମ ‘ପଞ୍ଜାବ ସିଂ’ ଓ କନ୍ୟାର ନାମ ‘ଦିଲ୍ଲୀ ମରଜାନୀ’ ରଖାଯାଇଛି । ମଙ୍ଗଳବାର ସକାଳ ୧୦ଟାରେ ଏମିତି ବିବାହକୁ ନେଇ ବାହରୁଥିବା ଟ୍ରାକ୍ଟର ରାଲିରେ ବା ବରଯାତ୍ରୀରେ ଯେଉଁ କୃଷକ ଭାଇମାନେ ଯୋଗ ଦେବାକୁ ଚାହୁଁଛନ୍ତି ସେମାନେ ସେମାନଙ୍କ ଟ୍ରାକ୍ଟର ସହ ପହଞ୍ଚିବାକୁ କୁହାଯାଇଛି । ପୁଣି ସମସ୍ତ ବରଯାତ୍ରୀଙ୍କ ଲାଗି ମାଗଣାରେ ଭୋଜନ ବ୍ୟବସ୍ଥା କରାଯାଇଥିବା ଉକ୍ତ ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ କରାଯାଇଛି ।

Share