ନୂଆଁଖାଇରେ ରାଜ୍ୟ ସରକାରଙ୍କ ଭେଟି, ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଚାଷୀଙ୍କ ପାଇଁ ଖୁସି ଖବର। ନୂଆଁଖାଇ ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା। ପ୍ରତ୍ୟେକ ଚାଷୀଙ୍କୁ ୨ ହଜାର ଟଙ୍କା ଲେଖାଏ ମିଳିବ। ଏହି ଯୋଜନାରେ ରାଜ୍ୟର ୪୧ ଲକ୍ଷ ଚାଷୀ ଉପକୃତ ହେବେ। ତେବେ ଏହି ବାବଦରେ ୮୬୯ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। ପୂର୍ବରୁ ବର୍ଷକୁ ଦୁଇ ଥର ଅକ୍ଷୟ ତୃତୀୟା ଏବଂ ନୂଆଁଖାଇରେ କାଳିଆ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ।

Share